ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଭାରତ ଗସ୍ତର ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ
୧. ଜୋ ରୁଟ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି ।
୨. ରୁଟଙ୍କ ଏହା ୫ମ ଦ୍ୱିଶତକ । ଏଥିସହ ସେ ଆଲିଷ୍ଟର କୁକ୍, ଗ୍ରେମ ସ୍ମିଥ ଓ ରାହଲ ଡ୍ରାଭିଡଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।
୩. ୧୦୦ତମ ଟେଷ୍ଟରେ ୯ମ ଖେଳାଳି ଭାବେ ସେ ଶତକ ହାସଲ କରିଛନ୍ତି ।
୪.ଚେପକରେ ବିଦେଶୀ ଖେଳାଳି ଭାବେ ସେ ବ୍ୟକ୍ତିଗତ ସର୍ବାଧିକ ରନ କରିଛନ୍ତି । ଡିନ ଜୋନ୍ସ ୧୯୮୬ରେ ୨୧୦ ଓ ମାଇକ ଗ୍ୟାଟିଂ ୨୦୭ ଓ ମାଥ୍ୟୁ ହେଡେନ ୨୦୩ରନର ଇନିଂସ ଖେଳିଥିଲେ । ରୁଟ ୨୧୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ ।
୫. ୧୦୦ତମ ଟେଷ୍ଟରେ ସର୍ବାଧିକ ରନ ପାକିସ୍ତାନର ଇଞ୍ଜାମାମ ଉଲ ହକ ସଂଗ୍ରହ କରିଥିଲେ । ସେ ୧୮୪ ରନ କରିଥିବା ବେଳେ ରୁଟ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୬. ଜୋ ରୁଟ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ୯୮ତମ, ୯୯ତମ ଓ ୧୦୦ତମ ଟେଷ୍ଟରେ ୧୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ସେହିପରି କ୍ରମାଗତ ୧୫୦ରୁ ଊର୍ଦ୍ଧ୍ୱ ରନ କରିବାରେ ୭ମ ଖେଳାଳି ପାଲଟିଛନ୍ତି ।
BREAKING NEWS
- ରୁଷିଆରେ ସେନା ବିମାନ ଦୁର୍ଘଟଣା: ୨୯ ମୃତ
- ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ ଜାରି
- ଆଜିଠୁ ATMରୁ ଟଙ୍କା ଉଠାଣ ସୀମା ବଦଳିଲା, ନୂଆ ଆୟକର ଆଇନ ଲାଗୁ
- ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
- ଆଜି ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ଗଠନକୁ ପୂରିଲା ୯୦ ବର୍ଷ
- ଦୀର୍ଘ ସମୟ ଧରି ଚାଲିଲା ବିଧାନସଭା ଅଧିବେଶନ, ରାତି ଅଧରେ ହେଲା ବିଲ୍ ପାସ୍
- ବଙ୍ଗଳା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- କମର୍ସିଆଲ LPG ଦର ବଢ଼ାଇଲେ କେନ୍ଦ୍ର ସରକାର
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
Comments are closed.