ଚେନ୍ନାଇ: ଇଂଲଣ୍ଡ କ୍ରିକେଟ ଦଳର ଅଧିନାୟକ ଜୋ ରୁଟ ଭାରତ ଗସ୍ତର ପ୍ରଥମ ଟେଷ୍ଟରେ ଦ୍ୱିଶତକ ହାସଲ କରିଛନ୍ତି । ସେ ଏହି ଅବସରରେ ଅନେକଗୁଡିଏ କୀର୍ତିମାନ ସ୍ଥାପନ କରିଛନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ
୧. ଜୋ ରୁଟ ଟେଷ୍ଟ କ୍ରିକେଟରେ ୧୦୦ତମ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ପ୍ରଥମ ଖେଳାଳି ପାଲଟିଛନ୍ତି ।
୨. ରୁଟଙ୍କ ଏହା ୫ମ ଦ୍ୱିଶତକ । ଏଥିସହ ସେ ଆଲିଷ୍ଟର କୁକ୍, ଗ୍ରେମ ସ୍ମିଥ ଓ ରାହଲ ଡ୍ରାଭିଡଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ।
୩. ୧୦୦ତମ ଟେଷ୍ଟରେ ୯ମ ଖେଳାଳି ଭାବେ ସେ ଶତକ ହାସଲ କରିଛନ୍ତି ।
୪.ଚେପକରେ ବିଦେଶୀ ଖେଳାଳି ଭାବେ ସେ ବ୍ୟକ୍ତିଗତ ସର୍ବାଧିକ ରନ କରିଛନ୍ତି । ଡିନ ଜୋନ୍ସ ୧୯୮୬ରେ ୨୧୦ ଓ ମାଇକ ଗ୍ୟାଟିଂ ୨୦୭ ଓ ମାଥ୍ୟୁ ହେଡେନ ୨୦୩ରନର ଇନିଂସ ଖେଳିଥିଲେ । ରୁଟ ୨୧୮ ରନ ସଂଗ୍ରହ କରି ଆଉଟ ହୋଇଥିଲେ ।
୫. ୧୦୦ତମ ଟେଷ୍ଟରେ ସର୍ବାଧିକ ରନ ପାକିସ୍ତାନର ଇଞ୍ଜାମାମ ଉଲ ହକ ସଂଗ୍ରହ କରିଥିଲେ । ସେ ୧୮୪ ରନ କରିଥିବା ବେଳେ ରୁଟ ତାଙ୍କ ରେକର୍ଡ ଭାଙ୍ଗିଛନ୍ତି ।
୬. ଜୋ ରୁଟ ପ୍ରଥମ ଅନ୍ତର୍ଜାତୀୟ ଖେଳାଳି ଭାବେ ୯୮ତମ, ୯୯ତମ ଓ ୧୦୦ତମ ଟେଷ୍ଟରେ ୧୦୦ରୁ ଊର୍ଦ୍ଧ୍ୱ ରନ କରିଛନ୍ତି । ସେହିପରି କ୍ରମାଗତ ୧୫୦ରୁ ଊର୍ଦ୍ଧ୍ୱ ରନ କରିବାରେ ୭ମ ଖେଳାଳି ପାଲଟିଛନ୍ତି ।
BREAKING NEWS
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
Comments are closed.