Latest Odisha News

BREAKING NEWS

ଉତ୍ତରାଖଣ୍ଡ ଚାମୋଲୀ ହିମସ୍ଖଳନ: ୧୪ ମୃତଦେହ ଉଦ୍ଧାର, ୧୭୦ ନିଖୋଜ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଚୋମାଲୀ ଜିଲ୍ଲାରେ ହିମସ୍ଖଳନ ପରେ ଭୟଙ୍କର ବନ୍ୟା ଆଣିଛି ମହାବିପତ୍ତି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ନିଖୋଜ ଅଛନ୍ତି ୧୭୦ରୁ ଅଧିକ ଲୋକ । ଅଳକାନନ୍ଦା ଓ ଧୌଳିଗଙ୍ଗା ନଦୀରେ ଭୟଙ୍କର ବନ୍ୟା ଆସିବାରୁ ପାଞ୍ଚିଟି ବ୍ରିଜ୍ ଧୋଇ ଯାଇଥିବା ବେଳେ ରାସ୍ତାରେ ଘରଦ୍ୱାର, ପାଖରେ ଥିବା ଏନଟିପିସିର ପାଓ୍ୱାର ପ୍ଲାଣ୍ଟ ଓ ହାଇଡ୍ରୋ ପାଓ୍ୱାର ପ୍ରୋଜେକ୍ଟ ଋଷିଗଙ୍ଗା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଜୋରଦାର ଚାଲିଛି ନିଖୋଜଙ୍କୁ ଉଦ୍ଧାର ଅଭିଯାନ ।

ତପୋନବନ ଏନଟିପିସି ପାଓ୍ୱାର ପ୍ରୋଜେକ୍ଟର ସୁଡଙ୍ଗରେ ୩୦ରୁ ଅଧିକ ଶ୍ରମିକ ଫସି ରହିଥିବା କୁହାଯାଉଛି । ସେମାନଙ୍କୁ ଉଦ୍ଧାର ପାଇଁ ଅଭିଯାନ ଜାରି ରହିଛି । ଉଦ୍ଧାରକାର୍ୟ୍ୟରେ ଗତକାଲିଠାରୁ ଲାଗିଛନ୍ତି ଏନଡିଆରଏଫ୍, ଏସଡିଆରଏଫ୍, ଆଇଟିବିପି ଓ ସେନାର ଯାବନ । ଗୋଟିଏ ସୁଡଙ୍ଗରୁ ୧୨ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣ ଫସି ରହିଛନ୍ତି ।

ଉଦ୍ଧାର ଅଭିଯାନରେ ସାମିଲ ଅଛି ବାୟୁସେନା । ଏମଆଇ-୧୭ ଓ ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଇଖଐ)ରେ ଉଦ୍ଧାରକାରୀ ଟିମକୁ ଡେରାଡୁନରୁ ଯୋଶୀମଠକୁ ପଠାଯାଇଛି ।

Leave A Reply

Your email address will not be published.