Latest Odisha News

ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ଘର ଭିତରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ସକାଳୁ ଘର ଲୋକ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଛନ୍ତି । ଏହି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତର ସାନଜୋରଡ଼ା ଗାଁରେ । ମୃତକ ହେଲେ ଦୁଃଖବନ୍ଧୁ ସାହୁ ଓ ପତ୍ନୀ ପାଞ୍ଚାଳି ସାହୁ ।

ସେମାନେ ଶୋଇଥିବା ଘରର ଫ୍ୟାନ୍ ପୋଡ଼ି ଯାଇଛି । ସର୍ଟ ସର୍କିଟରୁ ଫ୍ୟାନରେ ନିଆଁ ଲାଗି ଯାଇ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । ଖବର ପାଇଁ ପୋଲିସ ପହଞ୍ଚିଥିଲା । ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.