Latest Odisha News

କାବୁ ପାଉଛି କରୋନା: ଆଜି ସଂକ୍ରମିତ କମ୍, ସୁସ୍ଥ ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ନିୟନ୍ତ୍ରଣକୁ ଆସୁଛି । ଦୈନିକ ପାଖାପାଖି ୭ ଲକ୍ଷ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୧୦-୧୫ ହଜାର ଭିତରେ କରୋନା ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯ହଜାର ୩୦୯ ନୂଆ ସଂକ୍ରମିତ । ଏହି ସମୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୧୫ହଜାର ୮୫୮ ଆକ୍ରାନ୍ତ ।

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୮ଲକ୍ଷ ୮୦ହଜାର ୬୦୨୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛି ୧କୋଟି ୫ଲକ୍ଷ ୮୯ହଜାର ୨୩୦ ସଂକ୍ରମିତ । ଏବେ ଦେଶରେ ୧ଲକ୍ଷ ୩୫ହଜାର ୯୨୬ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

ଦେଶରେ କମିଛି ଦୈନିକ ଡେଥ୍ କେସ୍ । ଶହେ ଭିତରେ ରହିଛି ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ମହାମାରୀ ନେଇଛି ଆଉ ୮୭ ଆକ୍ରାନ୍ତଙ୍କ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୫ହଜାର ୪୪୭କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ୧.୪୩% ରହିଛି ।

Leave A Reply

Your email address will not be published.