ପୁରୀ: ଅପରାଧୀଙ୍କୁ ସାବାଡ କରୁଛି ପୁରୀ ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରି ଡକାୟତଙ୍କୁ ପିନ୍ଧାଉଛି ହାଡ଼କଡ଼ି । ପୁରୀ ବଳିଆପଣ୍ଡା ଓ ପିପିଲି ଅଞ୍ଚଳରୁ ୧୦ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବି ଜବତ ହୋଇଛି ।
ପୁରୀ ବଳିଆପଣ୍ଡା ଥାନା ପୋଲିସ ଏକ ୭ ଜଣିଆ ଡକାୟତ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା, ଛୁରୀ, ଲୁହା ରଡ୍ ଓ ବୋମା ଜବତ କରାଯାଇଛି ।

ଚନ୍ଦନପୁରର ଦୁର୍ଦ୍ଦାନ୍ତ ଅପରାଧୀ ରବି ମଲ୍ଲିକ ଓ ତାର ୬ ସାଥୀ ନୂଆ ଷ୍ଟାର୍ଲିଂ ରୋଡ୍ ବାଇପାସ ନିକଟରେ ଏକଠି ହୋଇ ଟୁରିଷ୍ଟ ବସକୁ ଅଟକେଇ ଡକାୟତି ଯୋଜନା କରୁଥିବା ପୋଲିସକୁ ଖବର ମିଳିଥିଲା । ସ୍ୱତନ୍ତ୍ର ପୋଲିସ ଟିମ ଚଢ଼ାଉ କରି ସମସ୍ତ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସେହିପରି ପିପିଲି ପୋଲିସ ଗୋଟିଏ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଛି । ୩ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୬ଟି ମୋବାଇଲ, ଗୋଟିଏ ବାଇକ, କଟର ମେସିନ ଜବତ ହୋଇଛି ।
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.