ପାଟନା:ସିପିଆଇ ନେତା ତଥା ଜେଏନୟୁର ବିବାଦୀୟ ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ନେଇ ଏଥର ଆଉ ଏକ ଚର୍ଚ୍ଚା ଜୋର ଧରିଛି । ଜେଡୁୟୁର ବରିଷ୍ଠ ନେତା ଅଶୋକ ଚୌଧୁରୀଙ୍କୁ କହ୍ନେୟା ଭେଟିବା ବିଭିନ୍ନ ପ୍ରକାରର ପୂର୍ବାନୁମାନ ଆରମ୍ଭ ହୋଇଛି । ଏପରିକି ସେ ଜେଡୁୟୁରେ ମିଶିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଖବର ପ୍ରକାଶ ପାଇଛି ।
କିଛି ଦିନ ତଳେ ଅଶୋଭନୀୟ ଆଚରଣ ଯୋଗୁ ସିପିଆଇ ତାଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା । ଏବେ ଏହି ସାକ୍ଷାତ ପରୋକ୍ଷରେ ଦଳ ଛାଡିବା ନେଇ ସଙ୍କେତ ପ୍ରଦାନ କରୁଛି । ଅଜୟ ଆଲୋକ କହିଛନ୍ତି ଯଦି ସେ କମ୍ୟୁନିଷ୍ଟ ଓ ବିକୃତ ବିଚାରଧାରା ଛାଡିବେ ତାହାହେଲେ ଜେଡୁୟୁ ତାଙ୍କୁ ସ୍ୱାଗତ କରିବ ବୋଲି କହିଛନ୍ତି ।
Comments are closed.