Latest Odisha News

BREAKING NEWS

ଢେଙ୍କାନାଳରେ ଦୁଇ ନାବାଳିକାଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ

ଢେଙ୍କାନାଳ: ଟାଉନ ବଜାର ସ୍ଥିତ ଚାଜିଚୌକ ଛକରେ ଦୁର୍ଘଟଣା । ରଙ୍ଗରୁଟରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଦୁଇ ଶିଶୁଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଅଛନ୍ତି । ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଦୁଇ ଜଣ ଭଉଣୀ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ପିକ୍ ଅପ୍ ଭ୍ୟାନଟି ରଙ୍ଗରୁଟରେ ଦ୍ରୁତ ଗତିରେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଭ୍ୟାନ ଚାଳକ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛି । ମୃତକ ଦୁଇ ଭଉଣୀ ସଇନା ଶବର ଓ ସୁହାନା ଶବରଙ୍କ ବୟସ ୭ ବର୍ଷ ଓ ୫ ବର୍ଷ । ସେମାନଙ୍କ ପରିବାର ବାଜିଚୌକ ଓଭରବ୍ରିଜ ତଳେ ରହୁଥିଲେ । ସେମାନଙ୍କ ବାପା ମାଆ ବିହାରରୁ ଆସି ଏଠାରେ ମହୁ ବିକ୍ରି କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.