Latest Odisha News

ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ ସମ୍ମିଳନୀରେ ସୋଆ ମେଡିକାଲ୍ ଛାତ୍ରଛାତ୍ରୀ ପୁରସ୍କୃତ

ଭୁବନେଶ୍ୱର: ବାଲେଶ୍ୱରରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଷ୍ଟେଟ୍ ସର୍ଜନ୍ସ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଅନ୍ତର୍ଗତ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲର ସର୍ଜରୀ ବିଭାଗ ପିଜି ଛାତ୍ରଛାତ୍ରୀମାନେ ସର୍ବାଧିକ ପୁରସ୍କାର ହାସଲ କରିଛନ୍ତି ।

ଡାକ୍ତର ସୁମନ୍ ସୌରଭ ରାଉତ ଏବଂ ଡାକ୍ତର କସ୍ତୁରୀ ଭରଦ୍ୱାଜ ୟୁରୋଲୋଜି ଟ୍ରଷ୍ଟ ବେଷ୍ଟ ପେପର୍ ଆୱାର୍ଡରେ ମିଳିତ ଭାବେ ବିଜେତା ହୋଇ ପୁରସ୍କୃତ ହୋଇଥିବା ବେଳେ ପୋଷ୍ଟ ଗ୍ରାଜୁଏଟ୍ ପୋଷ୍ଟର ପ୍ରତିଯୋଗିତାରେ ଡାକ୍ତର ସୋନାଲି ମହାନ୍ତି ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ପୋଷ୍ଟ ଗ୍ରାଜୁଏଟ୍ ପେପର୍ ପ୍ରେଜେନ୍ଟେସନ୍ ଏବଂ ପୋଷ୍ଟ ଗ୍ରାଜୁଏଟ୍ ମାଷ୍ଟର କ୍ଲାସ୍ ପ୍ରତିଯୋଗିତାରେ ଯଥାକ୍ରମେ ଡାକ୍ତର ଏ. ନାଇଡୁ ଏବଂ ଡାକ୍ତର କେ. ଉଜ୍ୱଲ୍ ତୃତୀୟ ପୁରସ୍କାର ହାସଲ କରିଛନ୍ତି । ଆଇଏମଏସରେ ଇଂଟର୍ନ୍ ଛାତ୍ରୀ ଡାକ୍ତର ଜେ. ତେଜସ୍ୱିନୀ ଫାଇନାଲ୍ ଏମ୍ବିବିଏସ୍ ପରୀକ୍ଷାରେ ସର୍ଜରୀ ବିଭାଗରେ ସବୁଠାରୁ ଅଧିକ ନମ୍ବର ହାସଲ କରିଥିବା କାରଣରୁ ଆସୋସିଏସନ୍ ଅଫ୍ ସର୍ଜନ୍ସ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ କୁମାରଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିଥିଲେ । ଏହି ସମ୍ମିଳନୀଟି ନର୍ଥ ଓଡ଼ିଶା ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିରେ ଅନୁଷ୍ଠିତ ହୋଇଥିଲା ।

ସେହିପରି ଇନଷ୍ଟିଚ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସର ଇଂଟର୍ନ୍ ଛାତ୍ରୀ ଡାକ୍ତର ଶିବାନୀ ଷଡ଼ଙ୍ଗୀ ନିକଟରେ ଇନ୍ଦୋର ଠାରେ ଶେଷ ହୋଇଥିବା ୭୨ ତମ ଇଣ୍ଡିଆନ୍ ଡେଂଟାଲ୍ କନ୍ଫରେନ୍ସରେ ବେଷ୍ଟ ପେପର୍ ପ୍ରେଜେନ୍ଟେସନ୍ ପାଇଁ ପୁରସ୍କୃତ ହୋଇଥିଲେ । ତାଙ୍କର ପେପର୍ରର ବିଷୟ ବସ୍ତୁ ଥିଲା “ ଟ୍ରିଟ୍ମେଂଟ ଷ୍ଟ୍ରାଟେଜିସ୍ ଫର୍ ଓରାଲ୍ ଅଲ୍ସର୍ସ” ।

Leave A Reply

Your email address will not be published.