Latest Odisha News

BREAKING NEWS

ଝାରସୁଗୁଡ଼ାରେ ମୁଖ୍ୟମନ୍ତ୍ରୀ, କ୍ୟାନସର ହସ୍ପିଟାଲ ସହ ୬୧୮.୬୬ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ

ଝାରସୁଗୁଡ଼ା: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାରେ କ୍ୟାନସର ହସ୍ପିଟାଲ ସମେତ ଜିଲ୍ଲା ଲାଗି ସମୁଦାୟ ୬୧୮.୬୬ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାଠାରେ ଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଦିନ ୧୨ଟା ସମୟରେ ପହଞ୍ଚି ଜିଲ୍ଲା ସବଜେଲ ନିକଟସ୍ଥ ଉତ୍ସବସ୍ଥଳକୁ ଯାଇଥିଲେ । ସେଠାରେ ସେ ୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କ୍ୟାନସର ହସ୍ପିଟାଲର ଶିଳାନ୍ୟାସ କରିଥିଲେ ।

ଏତଦବ୍ୟତୀତ, ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଓ ଲଖନପୁର ବ୍ଲକରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ସହିତ ୧୩ କୋଟି ଟଙ୍କାର ଝାରସୁଗୁଡା ଓ କିରମିରା ବ୍ଲକର ୨ଟି ଗ୍ରିଡ଼ ସବଷ୍ଟେସନକୁ ଉଦଘାଟନ କରିଛନ୍ତି । ସେହିପରି ଝାରସୁଗୁଡ଼ାରେ ୩୮୮ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରେଲୱେ ଓଭରବ୍ରିଜର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଅବସରରେ ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ନିମନ୍ତେ ୧ କୋଟି ଟଙ୍କା ପ୍ରଦାନ କରିବା ସମେତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ଆବଣ୍ଟନ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.