ଭୁବନେଶ୍ଵର: ସ୍ଥାନୀୟ ଭଞ୍ଜକଳା ମଣ୍ଡପ ସଭାଗୃହରେ ଶନିବାର ଜ୍ୟୋତି ପ୍ରଡକ୍ସନର ନୂଆ ଓଡିଆ ଚଳଚ୍ଚିତ୍ର ‘ଭୋକ’ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସଂସ୍କୃତି ସଚିବ ରଞ୍ଜନ କୁମାର ଦାସ ଯୋଗ ଦେଇ ଫିଲ୍ମର ଶୁଭ ମହୁରତ କରିଛନ୍ତି ।
ଜ୍ୟୋତି ପ୍ରଡକ୍ସନର ଚତୁର୍ଥ ଅବଦାନ ଭୋକର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ମହାନ୍ତି । ଖୁବ୍ ଶୀଘ୍ର ଫିଲ୍ମଟି ଫ୍ଲୋରକୁ ଯିବ ବୋଲି ଜଣାପଡିଛି । ଫିଲ୍ମରେ ପ୍ରମୁଖ ଭୂମିକାରେ ଅଛନ୍ତି ଅଙ୍କିତ, କାବ୍ୟା, କୁଇନ୍, କୁନା ତ୍ରିପାଠୀ ଓ ରବି ମିଶ୍ର ।
Comments are closed.