Latest Odisha News

BREAKING NEWS

ଲାଲ୍ କିଲ୍ଲା ହିଂସା : ପୋଲିସ ଜାରି କଲା ଆଉ ୨୦୦ ଉପଦ୍ରବକାରୀଙ୍କ ଫଟୋ

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଜାରି ରହିଛି ପୋଲିସର ତଦନ୍ତ । ଲାଲ୍ କିଲ୍ଲାରେ ହୋଇଥିବା ଉପଦ୍ରବକୁ ନେଇ ଆକ୍ସନ ମୋଡ୍‌ରେ ଦିଲ୍ଲୀ ପୋଲିସ । ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରଖିଛି ପୋଲିସ । ଏବେ ପୁଣି ଆଉ କିଛି ଉପଦ୍ରବକାରୀଙ୍କ ଫଟୋ ଜାରି କରିଛି ପୋଲିସ । ଦିଲ୍ଲୀ ହିଂସାକାଣ୍ଡରେ ସଂପୃକ୍ତ ଆହୁରୀ ୨୦୦ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କରାଯାଇଛି ।

ଜାରି ହୋଇଥିବା ୨୦୦ ଜଣ ଅଭିଯୁକ୍ତଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଦେଇଛି ଦିଲ୍ଲୀ ପୋଲିସ । ଏହା ପୂର୍ବରୁ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ୧୨ ଜଣଙ୍କ ଫଟୋ ଜାରି କରିଥିଲା । ଏମାନଙ୍କ ବିରୋଧର ପୋଲିସକୁ ଆକ୍ରମଣ ଭଳି ସଙ୍ଗୀନ ଅଭିଯୋଗ ରହିଛି । ଦିଲ୍ଲୀ ପୋଲିସ କମିସନର ଏସ୍‌.ଏନ୍‌ ଶ୍ରୀବାସ୍ତବ କହିଛନ୍ତି, ୨୬ ଜାନୁଆରୀରେ ହୋଇଥିବା ହିଂସା ଘଟଣାର ପ୍ରାୟ ଏକ ହଜାର ଭିଡିଓ ପୋଲିସ ହାତରେ ଲାଗିଛି । ପୋଲିସ ଲଗାତାର ଭାବେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

ଗଣତନ୍ତ୍ର ଦିବସରେ ବାହାରିଥିବା ଟ୍ରାକ୍ଟର ରାଲିରେ ବେଳେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଉପଦ୍ରବକାରୀମାନେ ପୋଲିସ ଉପରକୁ ଆକ୍ରମଣ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଏହାସହ ଲାଲ୍ କିଲ୍ଲାକୁ କବ୍‌ଜା କରି ଝଣ୍ଡା ଉଡାଇଥିଲେ । ଦିଲ୍ଲୀ ହିଂସାକାଣ୍ତରେ ୩୦୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଥିଲେ ।

Leave A Reply

Your email address will not be published.