Latest Odisha News

ଆଜି ରାତିରୁ ଏହି ୨ ସ୍ଥାନରେ ଲାଗୁ ହେବ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରରେ ସ୍ଥିତି ବିଗାଡ଼ୁଛି କରୋନା । ରବିବାର ରାଜ୍ୟରେ ୭ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ପ୍ରାୟ ୧ ହଜାର ମାମଲା ଅମରାବତୀରୁ । ଏହାକୁ ଦୃଷ୍ଟିରେ ରଖି ଅମରାବତୀ ଓ ଅଚଳପୁର ମହାନଗର ନିଗମରେ ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ କରାଯିବ । ଏନେଇ ଅମରାବତୀ ଜିଲ୍ଲାପାଳ ଶୈଳେଶ ନାଭାଲ ସୂଚନା ଦେଇଛନ୍ତି ।

କର୍ଫ୍ୟୁ ଆଜି ରାତି ୮ଟାରୁ ମାର୍ଚ୍ଚ ୧ ସକାଳ ୬ଟା ଯାଏ ବଳବତ୍ତର ରହିବ । ସପ୍ତାହେ ବ୍ୟାପୀ କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ପ୍ରଦାନ କରାଯାଇଛି । ଏଥିସହ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ସକାଳ ୮ଟାରୁ ଅପରାହ୍ଣ ୩ଟା ଯାଏ ଖୋଲା ରହିବା ନେଇ ସୂଚନା ଦେଇଛି ପ୍ରଶାସନ । ଅମରାବତୀ ମହାନଗର ନିଗମ ଓ ଅଚଳପୁର ମହାନଗର ନିଗମରେ ଆଜିଠୁ ମାର୍ଚ୍ଚ ୧ ସକାଳ ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ ।

ସେହିଭଳି ପୁନେରେ ମଧ୍ୟ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି । ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ସଂକ୍ରମଣକୁ କୋଭିଡର ଦ୍ୱିତୀୟ ଲହରୀ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି । ସମସ୍ତଙ୍କୁ ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଲାଗି ସେ ଅନୁରୋଧ କରିଛନ୍ତି । ସମସ୍ତେ ମାସ୍କ ନପିନ୍ଧିଲେ ଓ ନିୟମ ନ ମାନିଲେ ବାଧ୍ୟ ହୋଇ ପୁଣି ଲକଡାଉନ୍ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.