ନୂଆଦିଲ୍ଲୀ: ଦେଶରେ ତୈଳ ଦର ବୃଦ୍ଧି ସାମୟିକ । ଶୀଘ୍ର ସ୍ଥିତି ସ୍ୱାଭାବିକ ହେବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଉପରେ ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି । ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି । ଏହି ଅସୁବିଧା ସାମୟିକ ସମୟ ପାଇଁ ହୋଇଛି । ଏଥିରେ ଶୀଘ୍ର ସୁଧାର ଆଶା କରାଯାଉଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଏଥିସହ ସେ କହିଛନ୍ତି, ପେଟ୍ରୋଲ ଓ ଡିଜେଲ ଏଝଞ ପରିସରଭୁକ୍ତ ହେଲେ ଦର କମିବା ସମ୍ଭାବନା ରହିଛି । ଏଥିପାଇଁ କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି । ଏଝଞ କାଉନସିଲ ଏନେଇ ନିଷ୍ପତ୍ତି ନେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ୯୦ ଟଙ୍କା ପାର କରି ସାରିଛି ।
BREAKING NEWS
- ସ୍ୱଚ୍ଛ ଶକ୍ତି ବୈଷୟିକ ଜ୍ଞାନ ଆଦାନପ୍ରଦାନ କରିବା ପାଇଁ ଓଡ଼ିଶା ଏବଂ ମଧ୍ୟପ୍ରଦେଶ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
- ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲରେ ତୁରନ୍ତ ଶିକ୍ଷକ ନିୟୋଜନ ପାଇଁ କଡ଼ା ନିର୍ଦ୍ଦେଶ
- Turkey-Pakistan-Saudi defence deal:ସାଉଦି ଆରବ-ପାକ୍- ତୁର୍କୀ ମଧ୍ୟରେ ହୋଇଥିବା ନୂତନ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ

Comments are closed.