Latest Odisha News

ଗ୍ରୀଷ୍ମ ପ୍ରବାହକୁ ନେଇ ଏସଆରସିଙ୍କ ଗାଇଡଲାଇନ୍

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଗ୍ରୀଷ୍ମ ପ୍ରବାହ ଜନିତ ଅସୁସ୍ଥତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସେହିପରି ସଚେତନତା କାର୍ଯ୍ୟରେ ସାମାଜିକ ସଂସ୍ଥାକୁ ସାମିଲ କରିବା ଲାଗି ପରାମର୍ଶ ଦିଆଯାଇଛି ।

ସେହିପରି ଖରାଦିନେ ଜଳାଭାବ ସମ୍ଭାବନା ଥିବା ସ୍ଥାନ ଗୁଡିକୁ ଚିହ୍ନଟ ଲାଗି ଚିଠିରେ ପରାମର୍ଶ ଦିଆଯାଇଛି । ଟ୍ୟୁବଓ୍ବେଲ ଓ ପାଇପଲାଇନର ମରାମତି ଉପରେ ଚିଠିରେ ଗୁରୁତ୍ବ ଦିଆଯାଇଛି । ଏହି ସମୟରେ କେନାଲରେ ଆବଶ୍ୟକ ଜଳ ଛାଡିବାକୁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସର୍ବସାଧାରଣ ସ୍ଥାନରେ ପାନୀୟ ଜଳସେବା କେନ୍ଦ୍ର ଖୋଲିବାକୁ ପରାମର୍ଶ ଦିଆଯାଇଛି । ତେବେ ଚଳିତ ବର୍ଷ ଖରାଦିନେ ମଧ୍ୟ ସ୍କୁଲ ଓ କଲେଜ ଖୋଲା ରହିପାରେ । କୋଭିଡ ଯୋଗୁଁ ଶିକ୍ଷାରେ ଉପୁଜିଥିବା କ୍ଷତି ଭରଣା ଲାଗି ସ୍କୁଲ ଓ କଲେଜ ଖୋଲା ରହିପାରେ । ତେଣୁ ଶିକ୍ଷାନୁଷ୍ଠାନରେ ଜଳ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.