Latest Odisha News

BREAKING NEWS

ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି, କାରଣ ଖୋଜୁଛି ବନବିଭାଗ 

ଭୁବନେଶ୍ୱର: ମହାନଦୀରେ କୁମ୍ଭୀରଙ୍କ ବଂଶ ବୃଦ୍ଧି ହେଉନାହିଁ । ମଧୁର ଜଳ ପାଣିରେ କାହିଁକି କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉନି ତାର କାରଣ ଖୋଜୁଛି ବନବିଭାଗ । କୁମ୍ଭୀର ସଂଖ୍ୟା ବଢାଇବାକୁ ପ୍ରତିବର୍ଷ ମହାନଦୀର ସାତକୋଶିଆରେ କୁମ୍ଭୀର ଛଡାଯାଉଛି । ୧୯୭୫ ମସିହାରୁ ଲଗାତର ସାତକୋଶିଆ ଗଣ୍ଡରେ ପର୍ଯ୍ୟାୟକ୍ରମେ କୁମ୍ଭୀର ଛଡା ଗଲାଣି । ହେଲେ କିଛି ଭଲ ଫଳ ମିଳୁନାହିଁ । ଏଥର ବଉଳା କୁମ୍ଭୀରଙ୍କ ସଂଖ୍ୟା ଭିତର କନିକାରେ ବଢିଛି । ଗତବର୍ଷ ୧୭୬୮ଟି ଥିବା ବେଳେ ଏବର୍ଷ ଗଣନାରେ ୬୨ଟି ବଢି ୧୮୩୦ ରେ ପହଞ୍ଚିଥିବା ଜଣାପଡ଼ିଛି । 

ଏବର୍ଷ କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି, ଗତବର୍ଷ ତୁଳନାରେ ସାତକୋଶିଆରେ ୮୨ କୁମ୍ଭୀର କମ୍ ଅଛନ୍ତି । ଗତବର୍ଷ ସଂଖ୍ୟା ୧୯୫ ଥିବାବେଳେ ଏବର୍ଷ ସଂଖ୍ୟା ୧୧୩କୁ ଖସି ଆସିଛି । କଣ ପାଇଁ ବାରମ୍ବାର ସାତକୋଶିଆରେ କୁମ୍ଭୀର ପ୍ରକଳ୍ପ ଫେଲ ମାରୁଛି ତାକୁ ନେଇ ବନବିଭାଗ ଚିନ୍ତାରେ ପଡ଼ିଛି । କାହିଁକି କୁମ୍ଭୀର ବଂଶ ବଢୁନି ତାର କାରଣ ଖୋଜିବାକୁ ଜିପିଏସ ବ୍ୟବସ୍ଥା ଲାଗୁ ହୋଇଛି । ଏକ ସ୍ବତନ୍ତ୍ର ଟିମ୍ ମଧ୍ୟ ଏହାକୁ ମନିଟରିଙ୍ଗ କରୁଛନ୍ତି । ହେଲେ ସେ ରିପୋର୍ଟ ଉପରେ ଏବେ ବି ବନବିଭାଗ ତର୍ଜମା ଆରମ୍ଭ କରିନି । କୁମ୍ଭୀର ମୃତ୍ୟୁ କାରଣ ଜାଣିବା ପରେ ପରବର୍ତ୍ତିୀ ପଦକ୍ଷେପ ନିଆଯିବ ବୋଲି ପିସିସିଏଫ୍ କହିଛନ୍ତି ।  

Leave A Reply

Your email address will not be published.