Latest Odisha News

BREAKING NEWS

ପୁଡୁଚେରିରେ ଜାରି ହେଲା ରାଷ୍ଟ୍ରପତ ଶାସନ, କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ବିଧାନସଭା ସ୍ଥଗିତ

ପୁଡୁଚେରି : ଭି ନାରାୟଣସାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଂଖ୍ୟାଗରିଷ୍ଠତା ହରାଇବାର ଦିନକ ପରେ ଆଜି ପୁଡୁଚେରିରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାକ୍ଷରରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ, ଫେବ୍ରୁଆରି ୨୨ରେ ପୁଡୁଚେରି ପ୍ରଶାସକଙ୍କଠାରୁ ଏକ ରିପୋର୍ଟ ପାଇବା ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରଶାସକଙ୍କ ରିପୋର୍ଟ ଏବଂ ଅନ୍ୟାନ୍ୟ ସୂଚନା ଉପରେ ବିଚାର ପରେ ରାଷ୍ଟ୍ରପତିଙ୍କ ହୃଦବୋଧ ହୋଇଛି ଯେ, ବର୍ତ୍ତମାନର ପରିସ୍ଥିତିରେ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ପ୍ରଶାସନ ୟୁନିଅନ ଟେରିଟୋରି ଆକ୍ଟ ୧୯୬୩ର ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିପାରିବ ନାହିଁ । ତେଣୁ ବର୍ତ୍ତମାନ, ଆଇନର ଧାରା ୫୧ ଦ୍ବାରା ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି, ମୁଁ ପୁଡୁଚେରିର ୧୫ ତମ ବିଧାନସଭା ଗଠିତ ନହେବା ପର୍ଯ୍ୟନ୍ତ ବିଧାନସଭାକୁ ସ୍ଥଗିତ ରଖୁଛି । କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପଦକ୍ଷେପ ନେଇଛନ୍ତି ।

Leave A Reply

Your email address will not be published.