Latest Odisha News

BREAKING NEWS

୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ବାଲେଶ୍ୱର/ବ୍ରହ୍ମପୁର : ବାଲେଶ୍ୱର ଓ ବ୍ରହ୍ମପୁରରେ ଦୁଇଟି ପୃଥକ ଘଟଣାରେ ୨ଜଣ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର କରିଛନ୍ତି ସ୍ଥାନୀୟ ପୋଲିସ । ପ୍ରାଥମିକ ତଦନ୍ତରୁ ଏହି ଦୁଇଟି ଘଟଣାରେ ପ୍ରଥମେ ଯୁବତୀ ଦ୍ୱୟଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମଙ୍ଗଳବାର ସକାଳେ ବାଲେଶ୍ୱର ଜିଲ୍ଲାର ସୋରୋ ଅନ୍ତର୍ଗତ ଦହିସଢା ପଞ୍ଚାୟତ ନିକଟବର୍ତ୍ତୀ ୧୬ ନଂ ଜାତୀୟ ରାଜପଥ କଡ଼ରେ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇ ପୋଲିସକୁ ଜଣାଇଥିଲେ ।

ଖବରପାଇ ସୋରୋ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଉଦ୍ଧାର କରିବା ସହିିତ ଯୁବତୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରି ତଦନ୍ତ ଆରମ୍ଭ କରିଛି । ଏହି ହତ୍ୟାକାଣ୍ଡର କାରଣ ଏଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଦୁଷ୍କର୍ମ କରିବା ପରେ କେହି ଯୁବତୀଙ୍କୁ ହତ୍ୟା କରିଥିବାର ସନ୍ଦେହ କରାଯାଉଛି ।

ସେହିପରି ଅନ୍ୟଏକ ଘଟଣାରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ ଷ୍ଟେସନ ଅନ୍ତର୍ଗତ ରାଳବ ରୋଡ଼ ନିକଟବର୍ତ୍ତୀ ଏକ ଆଶ୍ରମ କଡ଼ରୁ ଜଣେ ମଧ୍ୟ ବୟସ୍କା ଯୁବତୀଙ୍କ ସମ୍ପୂର୍ଣ୍ଣ ଉଲଗ୍ନ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ଏହି ଘଟଣାର ଖବର ପାଇବା କ୍ଷଣି ଗୋଳନ୍ଥରା ଥାନା ପୋଲିସ ସାଇଣ୍ଟିଫିକ ଟିମ୍ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛି ।

ଆଜି ସକାଳେ ରାଳବ ଗାଁ ଗୌଡ଼ିୟ ମଠ ନିକଟସ୍ଥ ପଡ଼ିଆରେ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ପଡ଼ିଥିବା କିଛିଲୋକ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଖବର ପ୍ରଚାରିତ ହେବାପରେ ଶହଶହ ଲୋକ ସେଠାରେ ରୁଣ୍ଡହୋଇ ଉଲଗ୍ନ ହୋଇ ପଡ଼ିଥିବା ଯୁବତୀଙ୍କ ମୃତଦେହକୁ ଚିହ୍ନିବାକୁ ଚେଷ୍ଟା କରିଥିଲେ । ମାତ୍ର ମୃତା ଯୁବତୀଙ୍କ ମୁହଁଟିକୁ କେହି ପଥରେ ଛେଚିଦେଇଥିବାରୁ ଚିହ୍ନିବା କଷ୍ଟକର ହୋଇପଡୁଛି ।

ତେବେ ପାରିପାଶ୍ୱର୍ିକ ଅବସ୍ଥାରୁ କେହି ଦୁଷ୍କର୍ମ କରିବାପରେ ପଥରରେ ଛେଚି ହତ୍ୟା କରିଥିବାର ଦେଖଣାହାରୀ ଜନସାଧାରଣ ସନ୍ଦେହ କରୁଛନ୍ତି । ପୋଲିସ ସକାଳୁ ସାଇଣ୍ଟିଫିକ୍ ଟିମ ସହିତ ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.