Latest Odisha News

BREAKING NEWS

ରାଜଧାନୀ ସିନେମା ପ୍ରେମୀ ଦେଖିପାରିବେ ବିଶ୍ୱସିନେମାର ବଛା ବଛା ଫିଲ୍ମ !

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥିବା ସମସ୍ତ ସିନେମାପ୍ରେମୀଙ୍କ ଲାଗି ଖୁସିର ଖବର । ପ୍ରେକ୍ଷାଳୟରେ ବସି ତାଙ୍କ ମନପସନ୍ଦର ବିଶ୍ୱସ୍ତରୀୟ ଶ୍ରେଷ୍ଠ ଫିଲ୍ମଗୁଡ଼ିକୁ ବଡ଼ ପରଦାରେ ଉପଭୋଗ କରିପାରିବେ । ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ଆସନ୍ତା ଜୁନ ୨୮ ତାରିଖରେ ସୂଚନାଭବନରେ ୨ଟି ହଂକଂରୁ ନିର୍ଦ୍ଦେଶିତ ଫିଲ୍ମ ପ୍ରଦର୍ଶିତ ହେଉଛି । ଦର୍ଶକମାନେ ଟିକଟ କରି ଏହି ଫିଲ୍ମ ଦୁଇଟିର ମଜ୍ଜା ସୂଚନାଭବନର ପ୍ରେକ୍ଷାଳୟରେ ବସି ଦେଖିପାରିବେ ।

ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ବର୍ଷକ ମଧ୍ୟରେ ୨୪ଟି ବିଶ୍ୱ ସିନେମା ର ଭିନ୍ନ ଭିନ୍ନ ଭାଷାର ଶ୍ରେଷ୍ଠ ଫିଲ୍ମଗୁଡ଼ିକୁ ପ୍ରଦର୍ଶିତ କରିବ । ତେବେ ଜୁନ ୨୮ ତାରିଖରେ ପ୍ରଦର୍ଶିତ ହେବାକୁ ଥିବା ଫିଲ୍ମ ଦୁଇଟି ହେଉଛି: ୧୯୯୦ ମସିହାରେ ରିଲିଜ୍ ହୋଇଥିବା ୱଙ୍ଗ କାର ୱାଇଙ୍କ ନିର୍ଦ୍ଦେଶିତ ହଂକଂ ଫିଲ୍ମ ‘ଡ଼େଜ୍ ଅଫ୍ ବିଇଙ୍ଗ ୱାଇଲ୍ଡ’ ଏବଂ ୨୦୦୦ ମସିହାରେ ହୋଇଥିବା ରିଲିଲ୍ଡ ଫିଲ୍ମ ‘ଇନ ଦ ମୁଡ୍ ଫର୍ ଲଭ’ ।

ଭୁବନେଶ୍ୱର ଫିଲ୍ମ ସୋସାଇଟି ପକ୍ଷରୁ ବିଶ୍ୱସ୍ତରୀୟ ସିନେମାକୁ ରାଜଧାନୀର ବାସିନ୍ଦା ବଡ଼ ପରଦାରେ ଦେଖିବାର ଏକ ଅପୂର୍ବ ସୁଯୋଗ ସୃଷ୍ଟି କରି ସିନେମାପ୍ରେମୀଙ୍କ ମନରେ ଆନନ୍ଦ ଓ ଉତ୍ସାହ ଆଣିଦେଇଛନ୍ତି । ଆଗକୁ ଆହୁରି ଅନେକ ଚର୍ଚ୍ଚିତ ବିଶ୍ୱସ୍ତରୀୟ ଫିଲ୍ମ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିିଛି ରାଜଧାନୀର ଏହି ‘ଭୁବନେଶ୍ୱର ଫିଲ୍ମ ସୋସାଇଟି’ ଅନୁଷ୍ଠାନ ।

Leave A Reply

Your email address will not be published.