Latest Odisha News

BREAKING NEWS

ସାଇନା ନେହେୱାଲ ଜିତିଲେ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ

ଜାକର୍ତ୍ତା: ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ୍ ରବିବାର ଦିନ ‘ଇଣ୍ଡୋନେସିଆନ୍ ମାଷ୍ଟର୍ସ’ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟଫାଇନାଲ ଜିତି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଫାଇନାଲରେ ସେ ବିଶ୍ୱର ୪ ନଂ ବ୍ୟାଡ଼ମିଣ୍ଟନ ଖେଳାଳି କାରୋଲିନା ମାରିନଙ୍କୁ ପରାସ୍ତ କରିଛନ୍ତି ।

ସେମିଫାଇନାଲରେ ସାଇନା ଚୀନ ଖେଳାଳି ହି ବିଂଜିଓଙ୍କୁ ୧୮-୨୧, ୨୧-୧୨ ଓ ୨୧-୧୮ ସେଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ଅବଶ୍ୟ ଫାଇନାଲ ମ୍ୟାଚର ପ୍ରଥମ ଗେମରେ ସାଇନାଙ୍କ ବିପକ୍ଷରେ ୧୦-୪ ପଏଣ୍ଟରେ ଆଗୁଆ ରହିଥିବା ବେଳେ କାରୋଲିନା ଅସୁସ୍ଥତା ଯୋଗୁଁ ମ୍ୟାଚରୁ ଓହରି ଯାଇଥିଲେ । ଫଳରେ ସାଇନା ବିଜୟୀ ଘୋଷିତ ହୋଇଥିଲେ ।

Leave A Reply

Your email address will not be published.