Latest Odisha News

BREAKING NEWS

କମ୍ବିଂ ବେଳେ କୋରାପୁଟ ଜିଲ୍ଲା ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

କୋରାପୁଟ: ପଣ୍ଡ ହେଲା ମାଓବାଦୀଙ୍କ ଯୋଜନା । ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଗଲେ ଯବାନ । କମ୍ବିଂ ବେଳେ ଜବତ ହୋଇଛି ବିପୁଳ ପରିମାଣର ବିସ୍ଫୋରକ । କୋରାପୁଟ ଜିଲ୍ଲା ନାରାୟଣପାଟଣା ଅନ୍ତର୍ଗତ ପିଣ୍ଟାପଦର ଜଙ୍ଗଲରୁ ବିପୁଳ ପରିମାଣ ବିସ୍ଫୋରକ ଜବତ ହୋଇଛି ।

କମ୍ବିଂ ଅପରେସନ ବେଳେ ସେସବୁକୁ ଜବତ କରିଛନ୍ତି ବିଏସଏଫ୍ ଯବାନ । ଏହାରି ଭିତରେ ରହିଛି ୬୦ଟି ଜିଲେଟିନ୍, ୫୦ଟି ଇଲେକ୍ଟ୍ରି ଡିଟୋନେଟର, ୩୦ ଆଇରନ୍ ପେଲେଟ୍, ବିଦ୍ୟୁତ୍ ତାର, ଅଢ଼େଇ କିଲୋ ଗନ୍ ପାଉଡର । ପୁଣି ଥରେ ଆଇଇଡି ଖଞ୍ଜି ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଯୋଜନା କରିଥିଲା ଲାଲବାହିନୀ ।

Comments are closed.