Latest Odisha News

ଦୈନିକ ଖବରକାଗଜ ‘ସକାଳ’ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ

ଭୁବନେଶ୍ୱର: ଦୈନିକ ଖବରକାଗଜ ‘ସକାଳ’ର ବରିଷ୍ଠ ସହ-ସମ୍ପାଦକ ବ୍ରଜ କିଶୋର ପରିଡ଼ାଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ଏହା ପୂର୍ବରୁ ମୃତ ବ୍ରଜ କିଶୋର ପରିଡ଼ା, ଭୁବନେଶ୍ବର ଡିଡି ନ୍ୟୁଜର ଆସିଷ୍ଟାଣ୍ଡ ନ୍ୟୁଜ୍ ଏଡିଟର, ପ୍ରଜାତନ୍ତ୍ର ପ୍ରଚାର ସମିତି, ପ୍ରଜାତନ୍ତ୍ର ସପ୍ତାହିକି ଓ ସମୟ ଖବର କାଗଜରେ କାମ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ହଂସପାଳ ଛକରେ ଏକ ଦୁର୍ଘଟଣାର ଶିକାର ହୋଇ ବ୍ରଜ କିଶୋର ପରିଡାଙ୍କ ମୃତ୍ୟୁ ହୋଇଛି।

ଅଫିସରୁ କାର୍ଯ୍ଯ ସାରି କଟକ ସ୍ଥିତ ବାସଭବନକୁ ଫେରୁଥିବା ବେଳେ, ହଂସପାଳ ଛକରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା

ସେ ଜଣେ ଦକ୍ଷ ସାମ୍ବାଦିକ ଥିଲେ । ତାଙ୍କ ଅକାଳ ବିୟୋଗରେ ‘ସକାଳ’ ପରିବାର ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ମୁଖ୍ୟ ମାନସ ରଞ୍ଜନ ମଙ୍ଗରାଜ, ‘ସକାଳ’ର ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ୍ ମଲ୍ଲିକ, କାର୍ଯ୍ଯ ନିର୍ବାହୀ ସମ୍ପାଦକ ସମରେନ୍ଦୁ ଦାସ, ଆସିଷ୍ଟାଣ୍ଟ ନ୍ୟୁଜ୍ ଏଡିଟର ମହେଶ୍ବର ସାହୁ, ବ୍ଯୁରୋ ମୁଖ୍ଯ ରଞ୍ଜିତ ମହାନ୍ତି ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

Comments are closed.