Latest Odisha News

BREAKING NEWS

କଳାହାଣ୍ଡି: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ ଓ ୩୮ ଗୁରୁତର ଆହତ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟସ୍ଥ ଜୋଲକୋ ଠାରେ ରାସ୍ତା ତଳକୁ ଯାତ୍ରୀବାହୀ ବସ୍ ଖସି ପଡ଼ିବା ଫଳରେ ୨ଜଣଙ୍କର ମୃତ୍ୟୁ ଘଟିବା ସହ ୩୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ଶ୍ରୀଜଗନ୍ନାଥ ନାମକ ଏକ ଯାତ୍ରାବାହୀ ବସଟି ରବିବାର ସନ୍ଧ୍ୟାରେ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁର ଅଭିମୁଖେ ଯାତ୍ରା କରୁଥିବା ବେଳେ ସୋମବାର ଭୋର ସମୟରେ ଜୋଲକୋ ନିକଟରେ କୌଣସି କାରଣବଶତଃ ଗାଡିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା।

ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ନାମ ଅରୁଣ କୁମାର ଦେ ବୋଲି ଜଣାପଡିଛି ।

ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟ ୧୧ ଜଣଙ୍କୁ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ଜଣାପଡିଛି ।

ଆହୁରି ମଧ୍ୟ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.