Latest Odisha News

ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ

ସମ୍ବଲପୁର: ବୁର୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଅନ୍ୟତ୍ର ରଖି ଚିକିତ୍ସା କରାଯାଉ ଥିବା ବେଳେ ଅନ୍ୟ ଆକ୍ରାନ୍ତମାନେ ଘରକୁ ଚାଲି ଯାଇଛନ୍ତି । ଗୁରୁବାର ୨୪ ଜଣ ଛାତ୍ର ପଜିଟିଭ୍ ଥିବା ରିପୋର୍ଟ ଆସିଥିବା ବେଳେ ଆଜି ଆଉ ଜଣେ ଛାତ୍ର ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ପ୍ରଥମ ବର୍ଷ ପିଲାଙ୍କୁ ଶିକ୍ଷାନୁଷ୍ଠାନ ନଯିବାକୁ କୁଳପତି ବାରଣ କରିଛନ୍ତି । ଏପରିକି ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଆସିବାକୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେହିଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ହଷ୍ଟେଲରେ ରହି ସେମାନେ ଅନଲାଇନ କ୍ଲାସ କରିବେ ।
ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନ ଥିବାରୁ ପରୀକ୍ଷା କାର୍ଯ୍ୟସୂଚୀ ଅନୁସାରେ ଚାଲିବ ବୋଲି କୁଳପତି କହିଛନ୍ତି ।

Leave A Reply

Your email address will not be published.