Latest Odisha News

BREAKING NEWS

ଓଡିଶା ମହିଳା ଲିଗ୍ ଫୁଟବଲ ଫେବୃୟାରୀ ୨୮ରୁ

ଭୁବନେଶ୍ୱର: ଓଡିଶା ଫୁଟବଲ ଆସୋସିଏଶନ ଏବଂ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଆନୁକୂଲ୍ୟରେ ଓଡିଶା ମହିଳା ଲିଗ୍ ଫୁଟବଲ ଟୁର୍ଣ୍ଣାମେଂଟ ୨୮ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଛି । ଏହା ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ମୁକାବିଲାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମର ମୂଖ୍ୟ ଫୁଟବଲ ଗ୍ରାଉଣ୍ଡଏବଂ କ୍ୟାପଟାଲ ହାଇସ୍କୁଲ ପଡିଆରେ ଖେଳାଯିବ । ଏହି ଲିଗ୍ ପାଇଁ କରୋନା କଟକଣା କଡା କଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦର୍ଶକମାନେ ଗେଟ ନଂ୪ରେ ପ୍ରବେଶ କରିବେ ଏବଂ କେବଳ ଇଷ୍ଟ ଷ୍ଟାଣ୍ଡ ବ୍ୟବହାର କରିପାରିବେ । କେବଳ ସ୍କାଏୱାକ ୫ ବ୍ୟବହାର ପାଇଁ ସେମାନଙ୍କୁ ଅନୁମତି ମିଳିପାରିବ । ସେହିପରି ମାସ୍କ ପିନ୍ଧି ନ ଥିଲେ ଏବଂ ଶରୀରର ତାପମାତ୍ର ସାଧାରଣଠାରୁ ଅଧିକ ଥିଲେ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ମିିଳିବ ନାହିଁ ।

୬ଟିମ୍ ଏହି ଲିଗରେ ଅଂଶଗ୍ରହଣ କରୁଛନ୍ତି । ଡବଲ ହେଡର ଲିଗ୍ ରେ ୩୦ଟି ମ୍ୟାଚ ଖେଳାଯିବ । ଅଂଶଗ୍ରହଣ କରିଥିବା ଟିମ୍‌ଗୁଡିକ ହେଲା ସ୍ପୋର୍ଟ୍ସ ହଷ୍ଟେଲ, ସାଇ-ଏସଟିସି, ଓଜିପି କ୍ଲବ, ରାଇଜିଂ ଷ୍ଟୁଡେଂଟ କ୍ଲବ, ଇଷ୍ଟକୋଷ୍ଟ ରେଲୱେ ଓ ଓଡିଶା ପୋଲିସ । ଏଥିରେ ଚାମ୍ପିୟନକୁ ହୋଇଥିବା ଟିମକୁ ସର୍ବଭାରତୀୟ ଫୁଟବଲ ଫେଡେରେଶନ ଆନୁକୂଲ୍ୟରେ ହେବାକୁ ଥିବା ଆଇଡବ୍ଲ୍ୟୁଏଲରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିବ । ଏହି ଅବସରରେ ବିଭିନ୍ନ ଦଳର ଜର୍ସି ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.