Latest Odisha News

BREAKING NEWS

ଚଢେଇ ଫାଶରେ ପଡିଲା ‘ତମ୍ପ’

ଭୁବନେଶ୍ୱର: ଚଢେଇ ଧରିବା ପାଇଁ ବସାଯାଇଥିଲା ଫାଶ, ହେଲେ ଚଢେଇ ନୁହେଁ ଫସିଗଲା ତମ୍ପ ସାପ । ଘଟଣାଟି ଘଟିଛି ଭୁବନେଶ୍ୱର ଚିଲି ପୋଖରୀ ଅଞ୍ଚଳରେ । ଗତ କାଲି ଶିବନଗର ତେଲୁଗୁ ବସ୍ତିରେ ଏନ ତିରୁପତିଙ୍କ ଘର ନିକଟରୁ ଏହି ୫ ଫୁଟ ଲମ୍ବର ବଡ଼ ତମ୍ପ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ।

ଉଦ୍ଧାର କଲା ବେଳେ ସାପଟିର ଲାଞ୍ଜଠାରୁ ପ୍ରାୟ ଏକ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ଡୋରରେ ଗୁଡେଇ ହୋଇ ଚିପି ହୋଇଯାଇଥିବା ଏହି ସାପଟିକୁ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ ଅଣାଯାଇଥିଲା । ଓୟୁଏଟିସ୍ଥିତ ଭେଟେରିନାରୀ କଲେଜରେ ସର୍ଜରୀ ବିଭାଗର ପ୍ରଫେସର ଡାକ୍ତର ଇନ୍ଦ୍ରମଣୀ ନାଥ ଅପରେସନ କରି ପ୍ଲାଷ୍ଟିକ ଡୋରିଟିକୁ ବାହାର କରିଥିଲେ ।ସର୍ଜରୀ ପୂର୍ବରୁ ସାପର ଶରୀରର ଭିତର କ୍ଷତ ଅବସ୍ଥା ଜାଣିବା ପାଇଁ ସାପଟିର ଏକ୍ସରେ କରାଯାଇଥିଲା । ଅପରେଶନ ପରେ ସାପକୁ ଆଣ୍ଟିବାୟୋଟିକ ଇଂଜେକସନ ମଧ୍ୟ ଦିଆଯାଇଛି । ସାପଟିର ଅବସ୍ଥା ଭଲ ଅଛି, କିନ୍ତୁ ପ୍ଲାଷ୍ଟିକ ଡୋର ତାର ଚମଡା ଓ ମାଂସକୁ କାଟି ଦେଇଥିବାରୁ କ୍ଷତ ସ୍ଥାନ ଶୁଖିବା ପର‌୍ୟ୍ୟନ୍ତ ଅବଜରଭେସନରେ ରଖାଯିବ ବୋଲି ଡାକ୍ତର ନାଥ କହିଛନ୍ତି । ଏହି ଅପରେସନ ସମୟରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସିଲକା ସେଲୋନୀ ସହାୟତା କରିଥିଲେ ।

Leave A Reply

Your email address will not be published.