Latest Odisha News

କରୋନା ପାଇଁ ଅମରାବତୀ ଓ ଆଚଲପୁରରେ ମାର୍ଚ୍ଚ ୮ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ

ମୁମ୍ବାଇ : କରୋନାକୁ ନେଇ ଚିନ୍ତାରେ ମହାରାଷ୍ଟ୍ର । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏବେ ଚିନ୍ତାରେ ସରକାର । ସଂକ୍ରମଣ ବଢୁଥିବାରୁ ଏବେ ଅମରାବତୀ ଜିଲ୍ଲାର ୨ଟି ସହରରେ ଲାଗୁ ହୋଇଥିବା ଲକଡାଉନ ଅବଧିକୁ ବଢ଼ାଇଛନ୍ତି ଜିଲ୍ଲାପାଳ । ପ୍ରଥମେ ୭ଦିନ ପାଇଁ ଅମରାବତୀ ଓ ଆଚଲପୁରରେ ଲକଡାଉନ କରାଯାଇଥିବା ବେଳେ, ଏବେ ଏହାକୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏହାସହ ଅଞ୍ଜନଗାଓଁ ଓ ସୁରଜୀ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି ।

ଲକଡାଉନ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟ ମିଳୁଥିବା ଦୋକାନ ବ୍ୟତିତ ଶିକ୍ଷାନୁଷ୍ଠାନ, କୋଚିଂ କ୍ଲାସ୍, ସ୍କୁଲ୍ ଇତ୍ୟାଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫିଲ୍ମ ହଲ, ଜିମ୍, ସୁଇମିଂ ପୁଲ୍, ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫେବ୍ରୁଆରି ୨୧ପୂର୍ବରୁ ଅମରାବତୀରେ ସପ୍ତାହର ଶେଷ ଦୁଇ ଦିନ ଲକଡାଉନ କରାଯାଇଥିଲା । କିନ୍ତୁ ହଠାତ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରୁ ଅମରାବତୀରେ ୭ ଦିନ ଲକଡାଉନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସି ନଥିବାରୁ ଏହାର ଅବଧିକୁ ଆହୁରି ବଢ଼ାଇ ଦିଆଯାଇଛି ।

Leave A Reply

Your email address will not be published.