Latest Odisha News

BREAKING NEWS

ଛତ୍ରପତି ଶିବାଜୀ ହେବେ ଶାହୀଦ

ମୁମ୍ବାଇ: ବଲିଉଡ ଅଭିନେତା ଶହୀଦ କାପୁର ଛତ୍ରପତି ଶିବାଜୀଙ୍କ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ଦକ୍ଷିଣ ଭାରତର ପ୍ରଡକ୍ସନ କମ୍ପାନୀ ଲାୟକା ଏ ନେଇ ଶାହୀଦଙ୍କ ସହ ଯୋଗଯୋଗ କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁସାରେ କବିର ସିଂହର ନିର୍ଦ୍ଦେଶକ ଏହାର ମଧ୍ୟ ନିର୍ଦ୍ଦେଶନା ଭାର ସମ୍ଭାଳିବେ ।

ପଦ୍ମାବତରେ ରାଜା ରତନ ସିଂଙ୍କ ବଳିଷ୍ଠ ଅଭିନୟ କରି ଶାହୀଦ ଚର୍ଚ୍ଚାକୁ ଆସିଥିଲେ । ଶିବାଜୀଙ୍କ ଅଭିନୟ ସେ କରିପାରିବେ ବୋଲି ଦକ୍ଷିଣ ଭାରତର ଫିଲ୍ମ କମ୍ପାନୀ ଆଗ୍ରହ ପ୍ରକାଶ କରିଛି । କବିର ସିଂ ଷ୍ଟାର ମଧ୍ୟ ଏଥିନେଇ ରାଜି ଥିବା ଜଣାପଡିଛି । ଶାହୀଦଙ୍କ ଜର୍ସି ଫିଲ୍ମ ଖୁବ୍ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ।

Leave A Reply

Your email address will not be published.