Latest Odisha News

BREAKING NEWS

ଆଇଆଇଟି ଭୁବନେଶ୍ୱରକୁ ୟୁନିଭର୍ସିଟି ଅଫ୍ ଦି ଇୟର ପୁରସ୍କାର

ଭୁବନେଶ୍ୱର: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଭୁବନେଶ୍ୱରକୁ FICCI ଦ୍ଵାରା ଆୟୋଜିତ ଉଚ୍ଚଶିକ୍ଷା ଉତ୍କୃଷ୍ଟତା ପୁରସ୍କାର ୨୦୨୧ ସମାରୋହରେ ଶିକ୍ଷାଦାନ ପଦ୍ଧତି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଦେଶରେ ୧୧ରୁ ୩୦ ବର୍ଷ ଧରି ଶିକ୍ଷାଦାନ କରୁଥିବା ବିଶ୍ୱବିଦ୍ୟାଳୟ ବର୍ଗରେ ସ୍ବତନ୍ତ୍ର ଶିକ୍ଷାଦାନ ପଦ୍ଧତି ପାଇଁ ଏହି ପୁରସ୍କାର ଲାଭ କରିଛି।

ଏହି କାର୍ଯ୍ୟକ୍ରମର ସମୁଦାୟ ୧୧ ବର୍ଗ ମଧ୍ୟରୁ ସପ୍ତମ କାଟେଗୋରୀରେ ଆଇଆଇଟି ଭୁବନେଶ୍ୱର ଏହି ପୁରସ୍କାର ପାଇଛି। ୧୬ ତମ FICCI ଉଚ୍ଚଶିକ୍ଷା ସମ୍ମିଳନୀ ୨୦୨୧ରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ପ୍ରଫେସର ଆର.ମାଶେଲକର ଏକ ବିଶେଷଜ୍ଞ ପାନେଲର ଜୁରୀ ଥିଲେ।

ଆଇଆଇଟି ଭୁବନେଶ୍ୱରର ଡାଇରେକ୍ଟର ପ୍ରଫେସର ଆର ଭି ରାଜକୁମାର କହିଛନ୍ତି ଯେ “ଆଇଆଇଟି ଭୁବନେଶ୍ୱର ଅନନ୍ୟ ତଥା ଉନ୍ନତମାନର ଶିକ୍ଷା ପ୍ରଦାନ କରି ବିଶ୍ୱ ସ୍ତରୀୟ ଅଧ୍ୟାପନା ଜରିଆରେ ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି”।

Leave A Reply

Your email address will not be published.