Latest Odisha News

BREAKING NEWS

କରୋନା ଟିକା ନେଲେ ଅଭିନେତା କମଲ ହାସନ

ନୂଆଦିଲ୍ଲୀ: ମାର୍ଚ୍ଚ ୧ ରୁ ଆରମ୍ଭ ହୋଇଥିବା କରୋନାଭାଇରସ୍ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ଭାରତର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅଂଶଗ୍ରହଣ କରୁଛନ୍ତି। ଏଥିରେ ଆଉ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ଯୋଡି ହୋଇଛି।

ଆଜି ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାତା, ଅଭିନେତା ତଥା ରାଜନେତା କମଲ ହାସନ ମଧ୍ୟ କରୋନା ଟିକା ନେଇଛନ୍ତି। ସେ ମଙ୍ଗଳବାର ଦିନ ଟ୍ୱିଟରରେ ଏହି ଖବର ବାଣ୍ଟିବା ସହ ଅନ୍ୟମାନଙ୍କୁ ତୁରନ୍ତ ସମାନ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି।

“ଶ୍ରୀ ରାମଚନ୍ଦ୍ର ହସ୍‌ପିଟାଲ୍‌ରେ ମୋତେ ଟିକାକରଣ କରାଯାଇଛି। ସମସ୍ତେ କେବଳ ନିଜ ବିଷୟରେ ନୁହେଁ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ, ସେମାନେ ତୁରନ୍ତ ଟିକାକରଣ କରିବା ଉଚିତ୍। ଆସନ୍ତା ମାସରେ ଦୁର୍ନୀତି ବିରୋଧରେ ଟିକାକରଣ। ପ୍ରସ୍ତୁତ ରୁହ ବୋଲି, ୬୬ ବର୍ଷୀୟ ଅଭିତେନା କମଲ ହାସନ ଟ୍ୱିଟ୍ କରି କରି କହିଛନ୍ତି।

Leave A Reply

Your email address will not be published.