ଭୁବନେଶ୍ୱର: ଗୁଜରାଟର ସୁରଟଠାରେ ଆୟୋଜିତ ହେବାକୁ ଥିବା ସିନିୟର ମହିଳା କ୍ରିକେଟ ଟୁର୍ଣ୍ଣାମେଂଟ ପାଇଁ ଗୁରୁବାର ଓଡିଶା ଦଳ ଘୋଷଣା କରାଯାଇଛି । ମାର୍ଚ୍ଚ ୧୧ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ । ଓଡିଶା ଦଳର ନେତୃତ୍ୱ ମଧୂସ୍ମିତା ବେହେରା ନେବେ । ମାର୍ଚ୍ଚ ୧୨ରେ ଝାଡଖଣ୍ଡ, ୧୪ରେ ହାଇଦ୍ରାବାଦ, ୧୬ରେ ତ୍ରିପୁରା, ୧୮ରେ ଛତିଶଗଡ ଓ ୨୦ରେ ଗୁଜରାଟ ବିପକ୍ଷରେ ମ୍ୟାଚ ଖେଳିବ ।
ଘୋଷିତ ଦଳ:ମଧୂସ୍ମିତା ବେହେରା (ଅଧିନାୟିକା), ମାଧୁରୀ ମେହେଟ୍ଟା (ଉପଅଧିନାୟିକା), ସରିତା ମେହେର, କାଜଲ ଜେନା, ଅଞ୍ଜଳି ସିଂ, ରାନୀ ଟୁଡୁ, ପ୍ରଜ୍ଞା ପରମିତା ମହାନ୍ତି, ରଶ୍ମିତା ଚିନାରା, ଜାନକୀ ରେଡ୍ଡୀ, ରାଜଶ୍ରୀ ସ୍ୱାଇଁ, ବର୍ଷାରାଣୀ ସିଂ, ଳୁଇସା ଦାସ, ସୁଜାତା ମଲ୍ଲିକ, ରାମେଶ୍ୱରୀ ନାୟକ, ତନ୍ମୟୀ ବେହେରା, ଶୁଭ୍ର ନିର୍ଝରଣୀ ସ୍ୱାଇଁ, ସଙ୍ଗୀତା ଖଦିଆ, ତରଣ ପ୍ରଧାନ । କୋଚ/ମ୍ୟାନେଜର-ସୁରେଶ କୁମାର ।
Comments are closed.