Latest Odisha News

BREAKING NEWS

ପ୍ରେମିକଙ୍କ ପାଇଁ ସେଫ୍‌ ସାଜିଲେ ଅଭିନେତ୍ରୀ ଶ୍ରୁତି ହାସନ

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୁତି ହାସନ ରୋଷେଇ କରିବାକୁ ଭଲ ପାଆନ୍ତି ଏବଂ ସେ ଅନେକ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଏହା ପ୍ରକାଶ କରିସାରିଛନ୍ତି। ନିକଟରେ ସେ ତାଙ୍କ ପ୍ରେମିକ ଶାନ୍ତନୁ ହଜାରିକାଙ୍କ ପାଇଁ ସେଫ୍‌ ପାଲଟିଥିଲେ। ଶ୍ରୁତ୍ରି ଏବଂ ଶାନ୍ତନୁ ଏକ ଡିନର ଡେଟ୍‌ର ଆୟୋଜନ କରିଥିଲେ ଏବଂ ସେଥିରେ ଶ୍ରୁତି ତାଙ୍କ ପ୍ରେମିକଙ୍କ ପାଇଁ ପନିପରିବା ମିଶ୍ରଣ ସହିତ ଏକ ନୁଡୁଲ୍ସ ପ୍ରସ୍ତୁତ କରିଥିଲେ।

ଶାନ୍ତନୁ ତାଙ୍କ ଇନଷ୍ଟାଗ୍ରାମରେ ଶ୍ରୁତି ଏକ ଖାଦ୍ୟ ଉପରେ କିଛି ସଜଉଥିବାର ଭିଡିଓ ସେୟାର କରିଥିଲେ। ଯାହା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

ଅତୀତରେ, ବିଶେଷକରି ଲକଡାଉନ୍ ସମୟରେ, ଶ୍ରୁତି ହାସନ ନିଜ ଏବଂ ତାଙ୍କ ସାଙ୍ଗମାନଙ୍କ ପାଇଁ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାର ଅନେକ ଇନଷ୍ଟାଗ୍ରାମ କାହାଣୀ ସେୟାର କରିଥିଲେ।

Comments are closed.