Latest Odisha News

BREAKING NEWS

ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଇବା ବେଳେ ୩ ଗିରଫ

ତେଲକୋଇ: ଆକ୍ସନ ମୋଡରେ ବନ ବିଭାଗ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟର ନମକାନୀ ଗାଁ ଝାରବେଡା ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ବନ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ତିନି ଜଣଙ୍କୁ ଗିରଫ କରିଛି ତେଲକୋଇ ବନ ବିଭାଗ ।

ଗିରଫ ତିନି ଜଣ ହେଲେ ଯୁଗଳ ଜୁଆଙ୍ଗ, ରଞ୍ଜନ ଜୁଆଙ୍ଗ ଓ ଗୋର୍ବଦ୍ଧନ ଜୁଆଙ୍ଗ । ସେମାନଙ୍କଠାରୁ ୩ଟି ଧନୁ ତୀର ମଧ୍ୟ ଜବତ କରାଯାଇଛି । ଶିକାରୀଙ୍କ ଆକ୍ରମଣରେ ବିମଳା ଫରେଷ୍ଟ ବିଟର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଶିକାରୀଙ୍କୁ ବନବିଭାଗ କୋର୍ଟ ଚାଲାଣ କରିଛି । 

Leave A Reply

Your email address will not be published.