Latest Odisha News

ଆଜି ପୁଣି ୧୮ ହଜାର ଉପରେ କରୋନା ସଂକ୍ରମଣ, ୯୮ ମୃତ

ନୂଆଦିଲ୍ଲୀ: ଦେଶରେ ବଢୁଛି ଦୈନିକ କରୋନା ସଂକ୍ରମଣ । ଲଗାତାର ତୃତୀୟ ଦିନରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ ହଜାରରୁ ଅଧିକ ପଜିଟିଭ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୫୯୯ ନୂଆ ଆକ୍ରାନ୍ତ ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୧୨ଲକ୍ଷ ୨୯ହଜାର ୩୯୮କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୯୮ ଜୀବନ । କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୭ହଜାର ୮୫୩କୁ ବୃଦ୍ଧି ପାଇଛି ।

ଦେଶରେ ବଢୁଛି କରୋନା ଆକ୍ଟିଭ୍ କେସ୍ । ଦେଢ଼ ଲକ୍ଷରୁ କମ୍ ରହିଥିଲା ସକ୍ରିୟ ମାମଲା । ଦୈନିକ କେସ୍ ବଢ଼ିବା ପରେ ବର୍ତ୍ତମାନ ୧ଲକ୍ଷ ୮୮ହଜାର ୭୪୭କୁ ବୃଦ୍ଧି ପାଇଚି କୋଭିଡ୍ ଆକ୍ଟିଭ୍ କେସ୍ । ସୁସ୍ଥ ହେଲେଣି ୧କୋଟି ୮ଲକ୍ଷ ୮୨ହଜାର ୭୯୮ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଛନ୍ତି ୧୪ହଜାର ୨୭୮ ସଂକ୍ରମିତ ।

Leave A Reply

Your email address will not be published.