Latest Odisha News

BREAKING NEWS

ଏକତରଫା ପ୍ରେମରୁ ହତ୍ୟା: ଯୁବକଙ୍କ ଛୁରାମାଡ଼ରେ ପ୍ରେମିକାଙ୍କ ମାଆ ମୃତ, ଯୁବତୀ ଗୁରୁତର

ଭବାନୀପାଟଣା: ଏକତରଫା ପ୍ରେମରୁ ହତ୍ୟା । ପ୍ରେମିକ ସାଜିଲା ସୈତାନ । ପ୍ରେମର ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଯାଇ ଉନ୍ମତ୍ତକାଣ୍ଡ କରିଛି । ଯାହାକୁ ପ୍ରେମ କରୁଥିବା ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କଲା । ଯୁବକଙ୍କ ଛୁରାମାଡ଼ରେ ଯୁବତୀ ଗୁରୁତର ହୋଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାମୁଣ୍ଡା ଗାଁରେ ।

ଯୁବତୀ ଓ ତାଙ୍କ ମାଆ ପୋଖରୀରୁ ଗାଧୋଇ ଫେରୁଥିଲେ । ଏତିକିବେଳେ ଅଭିଯୁକ୍ତ ତିଲକର ନାଏକ ଛୁରୀରେ ଆକ୍ରମଣ କରିଥିଲା । ପ୍ରଥମେ ଯୁବତୀଙ୍କୁ ଛୁରୀ ଭୁସିଥିଲା । ବିରୋଧ କରିବା ବେଳେ ଯୁବତୀଙ୍କ ମାଆ ସିନ୍ଧୁ ବାଗଙ୍କୁ ବି ଆକ୍ରମଣ କରିଥିଲା ତିଲକର । ଗୁରୁତର ଅବସ୍ଥାରେ ତାଙ୍କୁ ନିଆଯାଇଥିଲା ହସ୍ପିଟାଲ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏକ ତରଫା ପ୍ରେମରୁ ଏହି ଜଘନ୍ୟକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଅଭିଯୁକ୍ତ ତିଲକର ନାଏକକୁ ଅଟକ ରଖି ପଚରାଉଚରା କରୁଛି ।

Leave A Reply

Your email address will not be published.