Latest Odisha News

BREAKING NEWS

ଓଡିଶା ହାଇକୋର୍ଟକୁ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କ ପୁଣି ବଦଳି

କଟକ : ଓଡିଶା ହାଇକୋର୍ଟରେ ନୂଆ ବିଚାରପତି ଭାବେ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଯୋଗ ଦେବାକୁ ଯାଉଛନ୍ତି । ସେ ୨୦୧୪ ମସିହା ଡିସେମ୍ବର ମାସରୁ ଝାଡଖଣ୍ଡ ହାଇକୋର୍ଟରେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଛି ।

କେନ୍ଦ୍ର ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ ରାଷ୍ଟ୍ରପତି ଭାରତର ମୁଖ୍ୟ ବିଚାରପତିଙ୍କ ସହ ବିଚାର ବିମର୍ଶ କରି ଝାଡଖଣ୍ଡ ହାଇକୋର୍ଟର ବିଚାରପତି ପ୍ରମଥ ପଟ୍ଟନାୟକଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରିଛନ୍ତି ।

ଫେବୃଆରୀ ୧୩ ତାରିଖ ମଧ୍ୟରେ କାର୍ଯ୍ୟରେ ଯୋଗ ଦେବାକୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଜଣାପଡିଛି ।

୨୦୧୮ ମସିହା ନଭେମ୍ବର ମାସରେ ସୁପ୍ରିମକୋର୍ଟ କଲେଜିୟମ୍ ସମ୍ମୁଖରେ ଜଷ୍ଟିସ ପଟ୍ଟନାୟକଙ୍କ ବଦଳି ପାଇଁ ତାଙ୍କ ପିତା ମାତା ଅନୁରୋଧ କରିଥିଲେ ।

ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ, ଜଷ୍ଟିସ ଏକେ ସିକ୍ରି, ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏନ ବି ରମଣ ଏବଂ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ନେଇ ଗଠିିତ କଲେଜିୟମ୍ ନ୍ୟାୟର ସୁପରିଚାଳନା ହେବା ଆଧାରରେ ଜାନୁଆରୀ ମାସରେ ଏନେଇ ତାଙ୍କର ଅନୁରୋଧକୁ ସ୍ୱିକାର କରିଥିଲେ ।

ଝାଡଖଣ୍ଡ ହାଇକୋର୍ଟକୁ ବଦଳି ହେବା ପୂର୍ବରୁ ଶ୍ରୀଯୁକ୍ତ ପଟ୍ଟନାୟକଙ୍କୁ ୨୦୧୪ ମସିହା ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଓଡିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ ।

Leave A Reply

Your email address will not be published.