Latest Odisha News

BREAKING NEWS

ପୁରୀ ଆସିବ ଏନଏସଜି ଟିମ୍: ୧୮ ତାରିଖରେ ଶ୍ରୀମନ୍ଦିର ସୁରକ୍ଷାର କରିବେ ଯାଞ୍ଚ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବ ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ ବା ଏନଏସଜି । ଆସନ୍ତା ୧୮ ତାରିଖରେ ପୁରୀ ଆସିବେ ଏନଏସଜିର ବରିଷ୍ଠ ଅଧିକାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ୫ ଜଣିଆ NSG ଟିମ୍ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ । ଟିମରେ ରହିବେ ଏନଏସଜିର ଦୁଇ ଜଣ ଅଧିକାରୀ ଓ ଦୁଇ ଜଣ କର୍ମଚାରୀ । ରାଜ୍ୟ ପୋଲିସ ଅଧିକାରୀଙ୍କ ସହ ମିଶି ମକ ଡ୍ରିଲ କରିବା କାର୍ଯ୍ୟକ୍ରମ ରହିଛି ।

ଏନଏସଜି ସହ ସମନ୍ୱୟ ରକ୍ଷା ପାଇଁ ଆଇଜି ଅପରେସନ୍ ଅମିତାଭ ଠାକୁରଙ୍କୁ ରାଜ୍ୟ ସରକାର ନୋଡାଲ୍ ଅଫିସର ଭାବରେ ଦାୟିତ୍ୱ ଦେଇଛନ୍ତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପରେ ପ୍ରଥମ ଥର ସମୀକ୍ଷା କରିବ NSG । ଏହି ସମୟରେ ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ଅଧିକାରୀ ଓ ଏଏସଆଇ ଅଧିକାରୀଙ୍କ ସହ ଆଲୋଚନା ବି କରିବେ ।

ଶ୍ରୀମନ୍ଦିର ଐତିହ୍ୟ ଓ ସୁରକ୍ଷା କରିଡଡର ବାବାଦରେ ବି ଆଲୋଚନା କରିବା ନେଇ ସୂଚନା ମିଳିଛି । ପୂର୍ବରୁ ୨୦୧୭ ଜୁଲାଇ ଓ ୨୦୧୮ ସେପ୍ଟେମ୍ବର ମାସରେ ଶ୍ରୀମନ୍ଦିରରେ ସୁରକ୍ଷା ସ୍ଥିତିର ଯାଞ୍ଚ କରିଥିଲା ଏନଏସଜି ।

Leave A Reply

Your email address will not be published.