Latest Odisha News

BREAKING NEWS

ଜାଗର ପୂର୍ବରୁ ଲିଙ୍ଗରାଜ ମନ୍ଦିରରେ ନୀତି ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରି । ଜାଗର ପୂର୍ବରୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସେବାରେ ଅସହଯୋଗ କଲେ ସେବାୟତ । ଆଜି ରୋଷ, ହୋମ ପରେ ମହାପ୍ରଭୁଙ୍କ ନୀତିକାନ୍ତ ବନ୍ଦ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।

ଅଭିଯୋଗ ହୋଇଛି, କପିଳନାଥ ସେବାୟତ ଓ ଶ୍ରୀଲିଙ୍ଗରାଜଙ୍କ ସେବାୟତଙ୍କ ମଧ୍ୟରେ ବିବାଦରୁ ଦୀର୍ଘ ବର୍ଷରୁ ପରମ୍ପରା ଭାଙ୍ଗି ଆସୁଛି । ପରମ୍ପରା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି ।

ନିଜ ଜିଦ୍‌ରେ ଅଟଳ ସେବାୟତ ଆଜିଠାରୁ ମନ୍ଦିର ସେବାରେ ଅସହଯୋଗ କରିଛନ୍ତି । ସାହାଣମେଳା ପରେ ସବୁ ନୀତି ବନ୍ଦ ରହିଛି । ସେପଟେ ଆଜି ଲିଙ୍ଗରାଜଙ୍କ ଜାଗର ଯାତ୍ରାର ପ୍ରସ୍ତୁତି ନେଇ ବୈଠକରେ ଆଲୋଚନା କରିବେ ଖୋର୍ଦ୍ଧା ଜିଲ୍ଲାପାଳ । ସେଠାରେ ସେବାୟତଙ୍କ ଅଭିଯୋଗ ଉପରେ ବିଚାବିମର୍ଶ ହୋଇପାରେ ।

Leave A Reply

Your email address will not be published.