Latest Odisha News

ଫିଟନେସ ଟେଷ୍ଟରେ ବିଫଳ ହେଲେ ବରୁଣ, ଟି୨୦ରୁ ବାଦ୍ ପଡିବେ !

ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଦଳର ଯୁବ ସ୍ପିନର ବରୁଣ ଚକ୍ରବର୍ତି ବିସିସିଆଇ ପକ୍ଷରୁ କରାଯାଇଥିବା ଫିଟନେସ ଟେଷ୍ଟରେ ପୁନର୍ବାର ବିଫଳ ହୋଇଛନ୍ତି । ଫଳରେ ଆଗାମୀ ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ତାଙ୍କ ଖେଳିବା ସମ୍ଭାବନା କ୍ଷୀଣ ହୋଇଯାଇଛି । ବରୁଣ ନିର୍ଦ୍ଧାରିତ ସମୟରେ ୨କିମି ଦୌଡ ପୂରଣ କରିପାରି ନ ଥିଲେ ।

ସେହିପରି ପେସର ଟି.ନଟରାଜନ ମଧ୍ୟ କାନ୍ଧ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳି ପାରି ନାହାନ୍ତି । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ବାୟୋ ବବଲରେ ଥିବା ଲେଗ ସ୍ପିନର ରାହୁଲ ଚହରଙ୍କୁ ଦଳରେ ସ୍ଥାନ ମିଳିପାରେ । ରାହୁଳ ତିୱେତିଆଙ୍କ ଦ୍ୱିତୀୟ ଫିଟନେସ ଫଳାଫଳକୁ ଅପେକ୍ଷା କରାଯାଇଛି ।

Comments are closed.