Latest Odisha News

BREAKING NEWS

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ସେ ଗତରାତିରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଦି ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ନବୀନ କାମନା କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ଆଶା କରିଛନ୍ତି ।

ବୁଧବାର ସନ୍ଧ୍ୟାରେ ମମତା ନନ୍ଦିଗ୍ରାମରେ ପ୍ରଚାର ପରେ ଏକ ମନ୍ଦିରରୁ ଦର୍ଶନ ସାରି ଫରୁଥିଲେ । ମମତାଙ୍କ ଅଭିଯୋଗ ଅନୁଯାୟୀ, ସେ କାରରେ ବସିବାକୁ ଯିବାବେଳେ ୪ରୁ ୫ ଜଣ ତାଙ୍କୁ ଠେଲି ଦେଇଥିଲେ । ଏପରିକି ସେହି ସମୟରେ ତାଙ୍କ ପାଖରେ କୌଣସି ସୁରକ୍ଷା କର୍ମୀ ଉପସ୍ଥିତ ନଥିବା ମମତା ଅଭିଯୋଗ କରିଛନ୍ତି । ଏହାକୁ ନେଇ ଟିଏମସି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ।

Odisha CM Naveen Wishing Speed Recovery Of WB CM Mamata

ଅନ୍ୟପଟେ ଆକ୍ରମଣକୁ ମମତାଙ୍କ ନାଟକ ବୋଲି ଅଭିହିତ କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ପୋଲିସ ଅଭିଯୋଗର ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ସ୍ଥିତି ପରଖିଛନ୍ତି । ଘଟଣା ବେଳେ ଉପସ୍ଥିତ ଥିବା ଲୋକଙ୍କୁ ପୋଲିସ ପଚରାଉଚରା କରୁଛି ।

Leave A Reply

Your email address will not be published.