Latest Odisha News

BREAKING NEWS

ଲେଖକ ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ‘ରାମାୟଣର ପ୍ରତି ନାୟକ ରାବଣ’ ଉନ୍ମୋଚିତ

ଭୁବନେଶ୍ୱର : କେନ୍ଦ୍ର ଏବଂ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ସୂର୍ଯ୍ୟମଣି ଖୁଣ୍ଟିଆଙ୍କ ପୁସ୍ତକ ‘ରାମାୟଣର ପ୍ରତିନାୟକ ରାବଣ’ ଉନ୍ମୋଚିତ ହୋଇଯାଇଛି। ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କୁଳପତି ଡକ୍ଟର ସବିତା ଆଚାର୍ଯ୍ୟଙ୍କ ଦ୍ଵାରା ପୁସ୍ତକଟି ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ଆଦିକବି ସାରଳା ଦାସ ଚେୟାର ଅଫ ଷ୍ଟାଡିଜର ପ୍ରଫେସର ଡ. ଉଦୟନାଥ ସାହୁ ଯୋଗ ଦେଇ ପୁସ୍ତକର ବିଶେଷତା ଉପରେ ମତ ରଖିଥିଲେ।ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଭୟ କୁମାର ନାୟକ, ପ୍ରଫେସର ସ୍ୱର୍ଣ୍ଣମୟୀ ତ୍ରିପାଠୀ, ପ୍ରଫେସର ମିତାଲି ଚିନାରା  ଓ ପଦ୍ମାଳୟା ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।

 

Comments are closed.