Latest Odisha News

BREAKING NEWS

ବ୍ୟାଡମିଂଟନ: ୟୁଏସ ଓପନ, କାନାଡା ଓପନ ବାତିଲ

ନୂଆଦିଲ୍ଲୀ: ବିଶ୍ୱ ବ୍ୟାଡମିଂଟନ ଫେଡେରେଶନ କୋଭିଡ-୧୯ ମହାମାରୀ ଯୋଗୁ ପୁନର୍ବାର ୟୁଏସ ଓପନ ଓ କାନାଡା ଓପନ ବାତିଲ କରିଛି । ୨୦୨୧ରେ ମଧ୍ୟ ଏହି ୨ଟି ବଡ ଟୁର୍ଣ୍ଣାମେଂଟ ଆୟୋଜିତ ହେବ ନାହିଁ । କାନାଡା ଓପନ ୬ରୁ୧୧ ଜୁଲାଇ ଏବଂ କାନାଡା ଓପନ ୨୯ ମାର୍ଚ୍ଚରୁ ୪ ଜୁଲାଇ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିଲା ।

ବିଡବ୍ଲ୍ୟୁଏଫର ଏହି ନିଷ୍ପତି ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅବଶ୍ୟ ଏ ନେଇ ଆୟୋଜକ କମିଟି କିମ୍ବା ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ । ଅଲିମ୍ପିକ୍ସ ୨୩ ଜୁଲାଇରୁ ୮ ଅଗଷ୍ଟ ପର୍ଯ୍ୟନ୍ତ ଟୋକିଓରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଛି ।

Leave A Reply

Your email address will not be published.