Latest Odisha News

BREAKING NEWS

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ଘୋଷଣା ହେଲା ତାରିଖ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ, ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୨୨ ତାରିଖରେ ଶେଷ ହେବ ।

କରୋନା ସଂକ୍ରମଣ ପାଇଁ ଗତବର୍ଷ ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଥିଲା । ଏହି ଯାତ୍ରା ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଥମେ ଘୋଷଣା ହୋଇଥିଲା । କିନ୍ତୁ ପରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ଏହି ଯାତ୍ରାକୁ ବାତିଲା କରାଯାଇଥିଲା । କିନ୍ତୁ ବର୍ତ୍ତମାନ କରୋନା କଟକଣା ମଧ୍ୟରେ ଅମରନାଥ ଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ବୋର୍ଡ କହିଛି, ଭକ୍ତଙ୍କ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ଏହି ଯାତ୍ରା କରିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.