Latest Odisha News

BREAKING NEWS

ଧରାପଡିଲେ ଜଙ୍ଗଲରେ ନିଆଁ ଲଗାଉଥିବା ୨ ବ୍ୟକ୍ତି

ବୌଦ୍ଧ: ଗତକିଛି ଦିନ ହେବ ରାଜ୍ୟରେ ଜଳୁଥିବା ଅନେକ ଜଙ୍ଗଲ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ ବିଭାଗର କର୍ମଚାରୀ ଆଜି ଏକ ଜଙ୍ଗଲରେ ନିଆଁ ଲଗାଉଥିବା ଜଣେ ବାପ ଓ ପୁଅଙ୍କୁ ଧରିଛନ୍ତି।

ସୂଚନା ଅନୁଯାୟୀ ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ବେଳେ ଧରାପଡ଼ିଛନ୍ତି ଏହି ଦୁଇ ବ୍ୟକ୍ତି।

ତେବେ ଉଭୟଙ୍କ ଠାରୁ ୨ଟି ଟାଙ୍ଗିଆ ଓ ଦିଆସିଲି ଜବତ କରାଯାଇଥିବା ନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.