Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ସଚିବାଳୟଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ନିଷ୍ପତ୍ତି ଅନୁସାରେ ଓଡ଼ିଶା ସଚିବାଳୟ ସେବା ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ତ୍ତାବଳୀ ନିୟମ ମଧ୍ୟ ସଂଶୋଧନ କରାଯାଇଛି । ଏହି ପ୍ରସ୍ତାବ ଅନୁଯାୟୀ, ଉପବିଭାଗ ପଦବୀରୁ ପଦୋନ୍ନତି ଲାଗି ଚାକିରି ଅଭିଜ୍ଞତା ସର୍ତ୍ତକୁ ୧୨ ବର୍ଷରୁ ୮ ବର୍ଷକୁ ହ୍ରାସ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସେହିପରି ଭାବେ ଓଡ଼ିଶା ପୋଲିସ ସେବା ଓ ଓଡ଼ିଶା ସଶସ୍ତ୍ର ପୋଲିସ ସେବାର ବିଭାଗୀୟ ପଦୋନ୍ନତି ପାଇ ଓଡ଼ିଶା ପୋଲିସ ସର୍ଭିସ ଏବଂ ଓଡ଼ିଶା ଆର୍ମଡ୍ ପୋଲିସ ନିୟମ ୨୦୧୩ ର ସଂଶୋଧନ କରାଯାଇଛି ।

ଓଡ଼ିଶା ସରକାରୀ ଡ୍ରାଇଭର ନିୟମାବଳୀରେ ମଧ୍ୟ ସଂଶୋଧନ କରାଯିବା ନେଇ ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.