Latest Odisha News

ପାରାଦୀପ: ଆଇଓସିଏଲ ସମ୍ମୁଖରେ ଜମିହରା କୃଷକଙ୍କ ଧାରଣା, ୧୦୦ ଅଟକ

ପାରାଦୀପ : ପାରାଦୀପ ତୈଳ ବିଶୋଧନାଗାର ତଥା ଆଇଓସିଏଲ ସମ୍ମୁଖରେ ଧାରଣାରତ ଜମିହରା କୃଷକ ମଞ୍ଚର ସଦସ୍ୟ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବାରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି ।

ମିଳିଥିବା ସୂଚନାନୁଯାୟୀ ଗତ କିଛି ଦିନ ହେବ ଜମିହରା କୃଷକ ଏକତା ମଞ୍ଚ ଆଇଓସିଏଲ ସମ୍ମୁଖରେ ନିଯୁକ୍ତି ଦାବୀରେ ଧାରଣା ଦେଇଥିଲା ।

ଏହି ଘଟଣାକୁ ନେଇ ଆଇଓସିଏଲ ନିକଟବର୍ତ୍ତୀ ଗ୍ରାମରେ ଉତ୍ତେଜନା ଦେଖାଦେବା ସହିତ ୨୦୦୦ରୁ ଉର୍ଦ୍ଧ ଜମିହରା ପରିବାର ସଦସ୍ୟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ସୋମବାର ଦିନ ବିକ୍ଷୋଭକାରୀମାନେ ଏକ ବିରାଟ ରାଲିରେ ଆସିବା ସହିତ ଆଇଓସିଏଲକୁ ଅର୍ଥନୈତିକ ଅବରୋଧ କରିଛନ୍ତି ।

ଆହୁରି ମଧ୍ୟ ବିକ୍ଷୋଭସ୍ଥଳରେ ପୋଲିସ ଆନ୍ଦୋଳନରତ ପ୍ରାୟ ୧୦୦ ଜଣ ବିକ୍ଷୋଭକାରୀଙ୍କୁ ଧାରଣାରୁ ଉଠାଇ ନେଇ ଲକ୍ ଥାନାରେ ଅଟକ ରଖିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.