Latest Odisha News

BREAKING NEWS

କବି ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଉପଲକ୍ଷେ ଫାଲଗୁନ ଆସର

ଭୁବନେଶ୍ୱର : ବିଶିଷ୍ଟ କବି ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଜୟ ଭାରତ ଭବନରେ ଫାଲଗୁନ ଆସର ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ କବି ଶ୍ରୀ ମିଶ୍ରଙ୍କ ଜୀବନୀ ସମ୍ବନ୍ଧିତ ବୃତ୍ତଚିତ୍ର ‘ରହୁ କି ନ ରହୁ’ ପ୍ରଦର୍ଶିତ ହୋଇଥିଲା। ଏହାସହ ଡ. ମିଶ୍ରଙ୍କ ଜଣେ ଛାତ୍ର ତଥା ଓଡ଼ିଶା ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ କବିଙ୍କ ରଚିତ କବିତା ‘ମୋନିକାର ପ୍ରିୟ’କୁ ମନେ ପକାଇଥିଲେ । ଏହି ଅବସରରେ ଡ. ମିଶ୍ରଙ୍କ ଲୋକପ୍ରିୟ ପୁସ୍ତକ ବ୍ଲାକ ଇଗଲ ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଟ୍ରକ ଡାଲାରେ ସନାତନ’ର ପୁନଃ ସଂସ୍କରଣ ଲୋକାର୍ପିତ ହୋଇଥିଲା।

ଏହି ଫାଲଗୁନ ଆସରରେ ଦାଶ ବେନହୁର, ମମତା ଦାସ, ପ୍ରଫେସର ରାଜକିଶୋର ମିଶ୍ର ଓ କେଦାର ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଡକ୍ଟର ମିଶ୍ରଙ୍କ ସମୃଦ୍ଧ ସାହିତ୍ୟ ଏବଂ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତଥା ଆଗାମୀ ପିଢ଼ି ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଡକ୍ଟର ମିଶ୍ରଙ୍କ ଝିଅ ପ୍ରାଚୀତାରା ତାଙ୍କ କାହାଣୀ ‘ଚନ୍ଦନ ବାଗୱାନ’ ପରିବେଷଣ କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

Comments are closed.