Latest Odisha News

BREAKING NEWS

ଏପ୍ରିଲ ୧ରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ: ୪୫ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ସରକାର କୋଭିଡ-୧୯ ଟିକାକରଣ ଖୋଲିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୧ ପରେ ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଟିକାକରଣ କରିପାରିବେ।

ଏପର୍ଯ୍ୟନ୍ତ, ମେଡିକାଲ୍ ପ୍ରଫେସନାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଟିକାକରଣ କରାଯାଉଥିଲା।

ଏପ୍ରିଲ ୧ ରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ କୋମର୍ବିଡିଟି ସାର୍ଟିଫିକେଟ୍ ଆବଶ୍ୟକ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.