Latest Odisha News

BREAKING NEWS

ଭୁବନେଶ୍ବର ବିମାନ ବନ୍ଦରରେ ସାପ, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଧରାପଡିଲା

ଭୁବନେଶ୍ୱର: ଭୁବନେଶ୍ୱର ଏୟାର ପୋର୍ଟରୁ ନାଗ ସାପ ଉଦ୍ଧାର । ଫାୟାର ବ୍ରିଗେଡ଼ ସହାୟତାରେ ଉଦ୍ଧାର କଲା ସ୍ନେକ୍ ହେଲ୍ପ ଲାଇନ ।

ଏୟାର ପୋର୍ଟର MT ପୁଲର ବାଥରୁମରେ ଏକ ନାଗ ସାପ ଗତ ରାତିରେ ପଶିଥିଲା । ତେବେ କିଛି କରିବା ପୂର୍ବରୁ ସାପଟି ବେସିନ ତଳ ଜାଲି ଭାଙ୍ଗି ଯାଇଥିବାରୁ ସେଇପଟେ ପଶିଯାଇଥିଲା ।

ସାପକୁ ବାହାର କରିବାକୁ ଏୟାର୍ଟ ପୋର୍ଟ କର୍ତ୍ତୃପକ୍ଷ ସ୍ନେକ ହେଲ୍ପ ଲାଇନର ସାହାଯ୍ୟ  ନେଇଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ବାହିର କରିବାକୁ ଅନେକ ଚେଷ୍ଟା କରି ବିଫଳ ହୋଇଥିଲେ । ବାଥ୍ ରୁମର ଭିତର ପଟୁ ଫିନାଇଲ, ଏସିଡ, ଏମିତିକି ପେଟ୍ରୋଲ ମଧ୍ୟ ଢଳାଯାଇଥିଲା ।

ଶେଷରେ ଏୟାର ପୋର୍ଟର ଫାୟାର ବ୍ରିଗେଡ଼ ଗାଡି ଆସି ଭିତର ପଟୁ ଉଚ୍ଚ ଚାପ ଦେଇ ପାଣି ମାଡ଼ କରିବାର କିଛି ସମୟ ପରେ ନାଗ ସାପଟି ବାହାରକୁ ଆସିଥିଲା । ଶୁଭେନ୍ଦୁ ସଙ୍ଗେ ସଙ୍ଗେ ସାପଟିକୁ ନିଜର ସ୍ନେକ ହୁକ ସାହାଯ୍ୟରେ ଦୂରକୁ ଛାଟି ଦେଇଥିଲେ ।

ସାପଟି ଏକ ବେଙ୍ଗ ଖାଇଥିଲା । ଯାହାକୁ ସଙ୍ଗେ ସଙ୍ଗେ ବାନ୍ତି ମଧ୍ୟ କରି ଦେଇଥିଲା । ଏହାପରେ ସାପଟିକୁ ବ୍ୟାଗରେ ନେଇ ସହର ବାହାରେ ଛାଡି ଦିଆଯାଇଛି ।

Comments are closed.