Latest Odisha News

ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପିଲାମାନେ ରଙ୍ଗର ପର୍ବ ହୋଲି କଣ ଜାଣି ନାହାନ୍ତି !

ରାୟପୁର: ଭାରତରେ ଏପରି ଏକ ଗ୍ରାମ ଅଛି ଯେଉଁଠାରେ ସମସ୍ତ ହିନ୍ଦୁ ଧର୍ମର ପର୍ବ ପାଳନ କରାଯାଏ ମାତ୍ର ପିଲାମାନେ ହୋଲି କଣ ସେମାନେ ଜାଣି ନାହାନ୍ତି । ବୟସ୍କ ଲୋକମାନେ ହୋଲି ବିଷୟରେ ଜାଣିଥିଲେ ମଧ୍ୟ କେବେ ହେଲେ ଏହାକୁ ପାଳନ କରି ନାହାନ୍ତି । ପାଖାପାଖି ୧୦୦ ବର୍ଷ ହେବ ଅନ୍ଧବିଶ୍ୱାସ ଯୋଗୁ ସେମାନେ ଏହାକୁ ପାଳନ କରିବା ପାଇଁ ଭୟ କରୁଛନ୍ତି । ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମତରେ ପୂର୍ବରୁ ଏଠାରେ ହୋଲି ଖେଳା ଯାଉଥିଲା । ମାତ୍ର ହଠାତ୍ କୌଣସି ଏକ କାରଣ ଯୋଗୁ ରଙ୍ଗ ଲଗାଇଥିବା ବ୍ୟକ୍ତିମାନଙ୍କ ଶରୀର ଫଳି ଯାଇଥିଲା । ଏହା ପରଠାରୁ ସେମାନେ ଏହାକୁ ଆଉ ପାଳନ କରି ନାହାନ୍ତି ।

ହୋଲିକା ଦହନ କଲେ ଗ୍ରାମରେ ନିଆଁ ଲାଗିଯିବ ବୋଲି ଭୟ ରହିଛି । ଏବେ କେତେକ ହିନ୍ଦୁ ସଂଗଠନ ସେମାନଙ୍କ ମନରୁ ଭୟ ଦୂର କରିବା ପାଇଁ ଗ୍ରାମରେ ଯାଇ ହୋଲି ଖେଳିବା ପାଇଁ ଚିନ୍ତା କରୁଛନ୍ତି । ତେବେ କରୋନା ଯୋଗୁ ଏହା ସମ୍ଭବପର ହେଲା ଭଳି ଲାଗୁ ନାହିଁ ।

Comments are closed.