Latest Odisha News

BREAKING NEWS

ଗୁରୁ ଗୋପାଳ ପ୍ରସାଦ ଦୁବେ ପାଇଲେ ‘ଗୁରୁଶ୍ରୀ’ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ନୃତ୍ୟ ଅନୁଷ୍ଠାନ ପ୍ରଜ୍ଞାନୃତ୍ୟାୟନ ପକ୍ଷରୁ ୧୦ମ ‘ଗୁରୁଶ୍ରୀ’ ସମ୍ମାନ ନୃତ୍ୟ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହୋଇଯାଇଛି।

ଏହି ଅବସରରେ ପଦ୍ମଶ୍ରୀ ଗୁରୁ ଗୋପାଳ ପ୍ରସାଦ ଦୁବେଙ୍କୁ ୧୦ମ ‘ଗୁରୁଶ୍ରୀ ସମ୍ମାନ’ ପ୍ରଦାନ କରାଯାଇଛି। ଏହାସହ ଗୁରୁ ଡ. ଗଜେନ୍ଦ୍ର ପଣ୍ଡାଙ୍କୁ ନୃତ୍ୟ ସଂରଚନା ସମ୍ମାନ ପ୍ରଦାନ କରାଯାଇଥିଲା।।

ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଜ୍ଞା ନୃତ୍ୟାୟନର ଶିଳ୍ପୀ ମାନଙ୍କ ଦ୍ୱାରା ‘କୃଷ୍ଣା ନୁଶରଣମ୍’ ନୃତ୍ୟାଭିନୟ ପରିବେଷଣ କରାଯାଇଥିଲା। ପରେ ପରେ ତ୍ରିଧାରା ନୃତ୍ୟ ଅନୁଷ୍ଠାନର ଶିଳ୍ପୀ ମାନଙ୍କ ଦ୍ୱାରା ଅଭିନୀତ ‘ଗଣ ନାୟକ ‘ ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।

ଏହି ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଆୟକର ବିଭାଗ ମୁଖ୍ୟ ମନୋରଞ୍ଜନ ପାଣିଗ୍ରାହୀ , ଦୀପ୍ତି ମିଶ୍ର, ବିଶିଷ୍ଟ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡକ୍ଟର ଶ୍ରୀନିବାସ ଘଟୁଆରୀ ଓ ବିକାଶ କୁମାର ପ୍ରଧାନ ସଂଯୋଜନା କରିଥିଲେ।

 

 

Leave A Reply

Your email address will not be published.